ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଲାଞ୍ଚ ନେବା ଓ ଦେବା ଅପରାଧ ଶ୍ରେଣୀରେ ସାମିଲ୍
  • ଲୋକସଭାରେ ପାସ୍ ହେଲା ଦୁର୍ନୀତି ନିବାରଣ ସଂଶୋଧନ ବିଧେୟକ
  • ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ ଏହି ବିଧେୟକ
  • ରାଜ୍ୟସଭାରେ ଗତ ସପ୍ତାହରେ ହୋଇଥିଲା ପାସ୍

ଏଣିକି ଲାଞ୍ଚ ନେବା ସହିତ ଦେବା ପଡ଼ିବ ମହଙ୍ଗା। ଲାଞ୍ଚ ନେବା ଏବଂ ଦେବାକୁ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଲୋକସଭାରେ ପାରିତ ହୋଇଛି ‘ଦୁର୍ନୀତି ନିବାରଣ ସଂଶୋଧନ ବିଧେୟକ ୨୦୧୮’। ରାଜ୍ୟସଭାରେ ଏହି ବିଲ୍ ଗତ ସପ୍ତାହରେ ପାରିତ ହୋଇଥିଲା। ଏବେ ଏହି ବିଲ୍‌କୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ। ରାଷ୍ଟ୍ରପତିଙ୍କ ମୋହର ବାଜିଲେ ଏହା ଆଇନରେ ପରିଣତ ହେବ।

ଦୁର୍ନୀତି ନିବାରଣ ସଂଶୋଧନ ବିଲ୍‌ ୧୯୮୮ର ଅନେକ ନିୟମକୁ ସଂଶୋଧନ କରିବା ପାଇଁ ୨୦୧୩ ଅଗଷ୍ଟ ୧୯ରେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା। ବିଲ୍‌କୁ ତର୍ଜମା କରିବା ପାଇଁ ଏକ ସ୍ଥାୟୀ କମିଟି ଗଠନ କରାଯାଇଥିଲା। ସ୍ଥାୟୀ କମିଟି ବିଲ୍‌କୁ ଯାଞ୍ଚ କରି ରାଜ୍ୟସଭାର ଉଚ୍ଚସ୍ତରୀୟ କମିଟିକୁ ରିପୋର୍ଟ ଦେଇଥିଲେ। ୨୦୧୬ ଅଗଷ୍ଟ ୧୨ରେ ରାଜ୍ୟସଭାରେ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ ଉଚ୍ଚସ୍ତରୀୟ କମିଟି।

କେନ୍ଦ୍ର ସରକାର ଗତ ଏପ୍ରିଲ ୪ରେ ରାଜ୍ୟସଭାରେ ଦୁର୍ନୀତି ନିବାରଣ ସଂଶୋଧନ ବିଧେୟକକୁ ଆଗତ କରିଥିଲେ। ଏହ ଗତ ଜୁଲାଇ ୧୯ରେ ପାସ୍ ହୋଇଛି। ଏଣିକି ଲାଞ୍ଚ ନେଲେ ୩ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ସେହିପରି ଲାଞ୍ଚ ଦେଉଥିଲେ ୩ରୁ ୭ ବର୍ଷ ଜେଲ୍ ଦଣ୍ଡ ସମେତ ଜରିମାନା ଦେବାକୁ ପଡ଼ିବ।

Comment