ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିନଏଜର ଲଭଷ୍ଟୋରି ଉପରେ ଆଧାରିତ ଅପକମିଂ ଓଡ଼ିଆ ମୁଭି ଲଭ ଏକ୍ସପ୍ରେସ୍‌’ ବିଷୟରେ କିଛି ରୋଚକ ତଥ୍ୟ ଆସନ୍ତୁ ଜାଣିବା

ଓଡ଼ିଆରେ ‘ଲଭ୍‌’ ଶବ୍ଦ ଥିବା ଫିଲ୍ମର ଟ୍ରେଣ୍ଡ୍ ଆରମ୍ଭ ହୋଇଥିଲା ୨୦୦୪ର ବ୍ଲକବଷ୍ଟର ସିନେମା ‘ଆଇ ଲଭ ୟୁ’ରୁ। ଏହାପରେ ‘ଲଭ୍‌’ ଶବ୍ଦ ଥିବା କେତୋଟି ଶୀର୍ଷକରେ ଓଡ଼ିଆ ସିନେମା ତିଆରି ହୋଇଛି। ଏଥିମଧ୍ୟରୁ କେତେକ ଓଡ଼ିଆ ସିନେମାକୁ ବିପୁଳ ବ୍ୟାବସାୟିକ ସଫଳତା ମିଳିଛି, ଆଉ କେତେକକୁ ମିଳିଛି ବିଫଳତା।

ଏବେ ସେହି ଧରଣର ଟାଇଟଲ୍‌କୁ ନେଇ ଏକ ଓଡ଼ିଆ ସିନେମାର ନିର୍ମାଣ ଚାଲିଛି। ଏହାର ଟାଇଟଲ୍‌ ହେଲା ‘ଲଭ୍‌ ଏକ୍ସପ୍ରେସ୍’। ଇତିମଧ୍ୟରେ ସିନେମାର ମହୁରତ୍‌ ସାରି ପ୍ରଯୋଜନା ସଂସ୍ଥା ସୁଟିଂ ଆରମ୍ଭ କରିଲେଣି।

ଦ୍ୱିତୀୟ ଥର ପାଇଁ ସ୍ୱରାଜସନମୀରା ଏକାଠି

ଓଲିଉଡର ଦୁଇ ନୂଆ ଉଦୀୟମାନ କଳାକାର ହେଲେ ସ୍ୱରାଜ ଓ ସନ୍‌ମୀରା। ସ୍ୱରାଜ ଜଣେ ନାମୀ ନାୟକ ଓ ସନ୍‌ମୀରା ନାୟିକା।

ସ୍ୱରାଜ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ‘ତୁ ମୋ’ ଲଭ୍ ଷ୍ଟୋରି’ ଫିଲ୍ମ ଜରିଆରେ ଓଲିଉଡରେ ହିରୋ ଭାବେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ସହ ନଜର ଆସିଥିଲେ ନବାଗତା ନାୟିକା ଭୂମିକା। ତା’ପରେ ସ୍ୱରାଜଙ୍କୁ ଦ୍ୱିତୀୟ ଓଡ଼ିଆ ସିନେମା ‘ଲୈଲା ଓ ଲୌଲା’ରେ ଦେଖିବାକୁ ମିଳିଥିଲା। ଏହି ସିନେମାରେ ସ୍ୱରାଜଙ୍କ ବିପକ୍ଷରେ ସନ୍‌ମୀରା ନାୟିକା ଭୂମିକାରେ ନଜର ଆସିଥିଲେ।

‘ଲୈଲା ଓ ଲୈଲା’ ହେଉଛି ସ୍ୱରାଜ-ସନମୀରା ଯୋଡ଼ିଙ୍କର ପ୍ରଥମ ଓଡ଼ିଆ ସିନେମା। ‘ଲଭ୍ ଏକ୍ସପ୍ରେସ୍’ ହେଉଛି ସ୍ୱରାଜ- ସନମୀରା ଯୋଡ଼ିଙ୍କର ଦ୍ୱିତୀୟ ସିନେମା। ଆଗରୁ ସ୍ୱରାଜ ‘ଲଭ୍’ ଶବ୍ଦ ଥିବା ଫିଲ୍ମ’ ତୁ ମୋ’ ଲଭ୍ ଷ୍ଟୋରି’ରେ ନାୟକ ବନିଥିଲେ। ଠିକ୍ ସେହିପରି ସନମୀରା ବି ‘ଲୋକାଲ୍ ଟୋକା ଲଭ୍ ଚୋଖା’ ନାଆଁରେ ଏକ ଫିଲ୍ମରେ ବି ନାୟିକା ବନିଛନ୍ତି, ଯେଉଁଥିରେ ‘ଲଭ୍‌’ ଶବ୍ଦ ରହିଛି। ଏଥିରେ ଅବଶ୍ୟ ବାବୁସାନଙ୍କ ସହ ସନମୀରାଙ୍କୁ ଦେଖିବାକୁ ମିଳିବ।

ସ୍ୱରାଜ- ସନମୀରାଙ୍କ ଯୋଡ଼ିକୁ ଦର୍ଶକ ‘ଲୈଲା ଓ ଲୈଲା’ରେ ଖୁବ୍ ପସନ୍ଦ କରିଥିଲେ। ଖାସ୍ କରି ଫିଲ୍ମରେ ଥିବା ‘ଫାର୍ଷ୍ଟଟାଇମ୍ ଗୋଟେ ଝିଅ…’ ଓ ‘ଫେସବୁକରେ ମୁକୁଟି ସାହୁ…’ ଗୀତରେ ଏହି ଯୋଡ଼ିର କେମିଷ୍ଟ୍ରି ବେଶ୍ ଜମିଯାଇଥିଲା।

ପିଣ୍ଟୁ ନନ୍ଦ ବବି ମିଶ୍ରଙ୍କ ଦମ୍ଦାର ଭୂମିକା

‘ଲଭ୍‌ ଏକ୍ସପ୍ରେସ୍’ ସିନେମାରେ ଓଲିଉଡର ଦୁଇ ବହୁମୁଖୀ ପ୍ରତିଭାସଂପନ୍ନ ଅଭିନେତା ପିଣ୍ଟୁ ନନ୍ଦ ଓ ବବି ମିଶ୍ରଙ୍କୁ ଦେଖିବାକୁ ଦମଦାର ଭୂମିକାରେ। ଏଥିରେ ପିଣ୍ଟୁନନ୍ଦ ଅଛନ୍ତି ନାୟିକା ସନମୀରାଙ୍କ ବାପା ଭୂମିକାରେ। ଅପରପକ୍ଷରେ ବବି ମିଶ୍ର ‘ଲଭ୍ ଏକ୍ସପ୍ରେସ୍‌’ରେ ନାୟକ ସ୍ୱରାଜଙ୍କ ବଡ଼ଭାଇ ଭୂମିକାରେ ଦେଖିବାକୁ ପାଇବେ। ଏହି ରୋଲ୍‌ରେ କମିକ୍‌ ଟଚ୍‌ ଅବଶ୍ୟ ରହିଛି।

‘ଲଭ୍‌ ଏକ୍ସପ୍ରେସ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ସେ ପ୍ରଥମ ଥର ଲାଗି ସ୍ୱରାଜ- ସନମୀରାଙ୍କୁ ନିର୍ଦ୍ଦେଶନା ଦେଉଛି। ଏହା ଆଗରୁ ରମେଶ ରାଉତ ‘ଚାନ୍ଦ ନା ତୁମେ ତାରା’, ଗଡ୍‍ ଫାଦର’ ‘କାବୁଲା ବାରବୁଲା’ ଏବଂ ‘ଟୋକାଟା ଫସିଗଲା’ ଭଳି ଚାରିଟି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏହା ସାର୍ଥକ ବ୍ୟାନରରେ ରମେଶଙ୍କର ଦ୍ୱିତୀୟ ସିନେମା।

‘ଲଭ୍‌ ଏକ୍ସପ୍ରେସ୍’ର ପ୍ରଯୋଜନା କରୁଛନ୍ତି ଜଣାଶୁଣା ପ୍ରଯୋଜକ ସୀତାରାମ ଅଗ୍ରୱାଲ୍। ତାଙ୍କର ସାର୍ଥକ ମ୍ୟୁଜିକ୍‌ ବ୍ୟାନରର ଏହା ୨୪ତମ ସିନେମା। ସୀତାରାମ ଅଗ୍ରୱାଲଙ୍କ କେତୋଟି ସିନେମା ଆଗରୁ ହିଟ୍ ହୋଇଛି।

ଏହି ସିନେମାର ସଙ୍ଗୀତକାର ହେଲେ ବୈଦ୍ୟନାଥ ଦାସ। ସାର୍ଥକ ବ୍ୟାନରରେ ଏହା ବୈଦ୍ୟନାଥଙ୍କର ଚତୁର୍ଥ ସିନେମା। ଏହା ପୂର୍ବରୁ ସେ ’ସପନର ପଥେ ପଥେ’, ’ଲୈଲା ଓ ଲୈଲା’, ଓ ’ଟୋକାଟା ଫସିଗଲା’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

Comment