ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର ଅପକମିଂ ମୁଭିଜିରୋକୁ ନେଇ ଚର୍ଚ୍ଚା ଚାଲିଛି ଆସନ୍ତୁ ଜାଣିବା ଏହି ଫିଲ୍ମ ବିଷୟରେ କିଛି ମଜାଦାର ପ୍ରସଙ୍ଗ

ବଲିଉଡରେ କିଙ୍ଗ ଖାନ ରୂପେ ପପୁଲାର ଶାହରୁଖ ଖାନଙ୍କର କେତୋଟି ସିନେମା ଫ୍ଲପ୍ ହେବା ପରେ ଏବେ ସେ ତାଙ୍କର ନୂଆ ସିନେମା ଉପରେ ଖୁବ୍ ଭରସା ରଖିଛନ୍ତି। ଏହି ଫିଲ୍ମ ହେଲା ‘ଜିରୋ’। ଏହା ଡିସେମ୍ବର ୨୧ ତାରିଖରେ ରିଲିଜ୍‌ ହେବ।

ଷ୍ଟାର୍କାଷ୍ଟ୍

‘ଜିରୋ’ର ଷ୍ଟାରକାଷ୍ଟ୍‌ ଖୁବ୍ ତଗଡ଼ା। ଏଥିରେ ଶାହରୁଖ୍‌ ଖାନ୍‌, କାଟ୍ରିନା କୈଫ୍, ଅଭୟ ଦେଓଲ, ତିଗ୍‌ମାଂଶୁ ଧୂଲିଆ ଏବଂ ଜାଭେଦ୍‌ ଜାଫ୍ରି ଅଛନ୍ତି ମୁଖ୍ୟ ଭୂମିକାରେ।

‘ଜିରୋ’ର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍ ରାୟ। ଏହା ପୂର୍ବରୁ ସେ ‘ତନୁ ୱେଡ୍‌ସ ମନୁ’, ‘ରାଁଝଣା’ ଓ ‘ତନୁ ୱେଡସ ମନୁ’ ରିଟର୍ଣ୍ଣସ ଭଳି ସିନେମାର ନିର୍ଦ୍ଦେଶନା ଦେଇସାରିଛନ୍ତି। ଏହାର ପ୍ରଯୋଜକ ହେଲେ ଗୌରୀ ଖାନ୍‌ ଓ ଆନନ୍ଦ ଏଲ୍. ରାୟ। ସାଇନ୍‌ସ ଫିକସନ୍‌ ଡ୍ରାମା ଫିଲ୍ମ ‘ଜିରୋ’ର ଲେଖକ ହେଲେ ହିମାଂଶୁ ଶର୍ମା। ଅଜୟ-ଅତୁଲ ଏହାର ସଙ୍ଗୀତକାର।

ଶାହରୁଖ୍ ନୁହଁନ୍ତି, ସଲମାନ୍ଥିଲେ ପ୍ରଥମ ପସନ୍ଦ

ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ ଯେତେବେଳେ ‘ଜିରୋ’ର ସ୍କ୍ରିପ୍ଟ୍ ପ୍ରସ୍ତୁତ କରିଥିଲେ, ସେତେବେଳେ ସେ ଏହାର ନାୟକ ଭୂମିକା ଲାଗି ସଲମାନଙ୍କୁ ଅଫର୍‌ ଦେଇଥିଲେ। ନିର୍ଦ୍ଦେଶକ ଭାବୁଥିଲେ ସଲମାନ୍‌ ଏହି ଭୂମିକା ପାଇଁ ପରଫେକ୍ଟ ଚଏସ୍‌ ହେବେ। କିନ୍ତୁ ସଲମାନ ଖାନ ମନା କରିଥିଲେ।

ତା’ପରେ ଆନନ୍ଦ ଏଲ ରୟ ଫିଲ୍ମ ପାଇଁ ଶାହାରୁଖଙ୍କୁ ଅଫର୍ ଦେଇଥିଲେ। ଏଥିରେ ଜଣେ ‘ଗେଡ଼ା ଲୋକ’ ଭୂମିକାରେ ଅଭିନୟ କରିବାକୁ ରାଜି ହୋଇଥିଲେ ଶାହାରୁଖ୍। ସେ ୨୦୧୬ ମାର୍ଚ୍ଚରେ ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଥିଲେ।

ପ୍ରଥମେ ଟାଇଟଲ୍ ଥିଲାକାଟ୍ରିନା ମେରି ଜାନ୍

‘ଜିରୋ’ ପୂର୍ବରୁ ଫିଲ୍ମର ଟାଇଟଲ୍ ରଖାଯାଇଥିଲା ‘କାଟ୍ରିନା ମେରି ଜାନ୍‌’। ସେତେବେଳେ ସଲମାନ୍‌-କାଟ୍ରିନା କୈଫଙ୍କୁ ନେଇ ଫିଲ୍ମଟି ତିଆରି କରିଥା’ନ୍ତେ ଆନନ୍ଦ। ଏହି ସିନେମାରେ ବଲିଉଡ ନାୟିକା କାଟ୍ରିନା କୈଫ୍ ‘ଜିରୋ’ରେ ସୁପରଷ୍ଟାର କାଟ୍ରିନା ଭୂମିକାରେ ଅଛନ୍ତି।

ଷ୍ଟାର୍ଙ୍କ ସ୍ପେସିଆଲ୍ଆପିଅରାନ୍ସ

ଶାହରୁଖ୍, କାଟ୍ରିନା ଓ ଅନୁଷ୍କାଙ୍କ ବ୍ୟତୀତ ‘ଜିରୋ’ରେ ବେଶ୍ କେତେଜଣ ଜଣାଶୁଣା ଷ୍ଟାରଙ୍କର ସ୍ପେସିଆଲ୍‌ ଆପିଆରାନ୍ସ ରହିଛି। ଏହି ଷ୍ଟାରମାନେ ହେଲେ ସଲମାନ୍‌ ଖାନ୍‌, ଦୀପିକା ପାଦୁକୋନ୍‌, ରାଣୀ ମୁଖାର୍ଜୀ, କାଜୋଲ୍, ଆଲିଆ ଭଟ୍ଟ, କରିସ୍ମା କପୁର, ଜୁହି ଚାୱଲା, ଆର୍. ମାଧବନ୍‌ ଓ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ। ଏମାନେ ସମସ୍ତେ ନିଜ ନିଜ ଭୂମିକା ନେଇ ଆସିବେ ଫିଲ୍ମରେ। ଆହୁରି ମଧ୍ୟ ଜଣାଯାଇଛି ଯେ ଫିମେଲ୍ ସୁପରଷ୍ଟାର ଶ୍ରୀଦେବୀ ମୃତ୍ୟୁର କିଛି ଦିନ ଆଗରୁ ‘ଜିରୋ’ ଫିଲ୍ମର ସୁଟିଂ ଶେଷ କରିଥିଲେ।

କିଏ କେଉଁ ଭୂମିକାରେ ନଜର ଆସିବେ

‘ଜିରୋ’ ସିନେମାରେ ଶାହରୁଖ୍ ଖାନ୍‌ ବାଉଆ ସିଂହ ଭୂମିକାରେ ନଜର ଆସିବେ। ଏହି କାରଣରୁ ଫିଲ୍ମର ଟାଇଟଲ୍‌ ‘ବାଉଆ’ ରଖାଯିବା ଲାଗି ମଧ୍ୟ ଚିନ୍ତା କରାଯାଇଥିଲା। ଏହି ସିନେମାରେ ପ୍ରଖ୍ୟାତ ଅଭିନେତା-ନିର୍ଦ୍ଦେଶକ ତିଗମାଂଶୁ ଧୂଲିଆ ଶାହରୁଖ୍ ଖାନଙ୍କ ବାପା ଭୂମିକାରେ ଦେଖାଦେବେ। କାଟ୍ରିନା କୈଫ୍‌ ଏଥିରେ ବଲିଉଡର ପପୁଲାର ନାୟିକା ଭୂମିକାରେ ଅଭିନୟ କରିବେ।

ଅପରପକ୍ଷରେ ଅନୁଷ୍କା ଶର୍ମାଙ୍କ ଚରିତ୍ରଟି ଜଣେ ମୁଣ୍ଡଦୋଷ ଥିବା ଯୁବତୀର। ‘ଜିରୋ’ ବକ୍ସ ଅଫିସରେ ଧମାଲ୍‌ କରୁଛି ନା ଫେଲ୍ ମାରୁଛି, ତାହା ଦେଖିବାକୁ ଅପେକ୍ଷା ରହିଲା।

Comment