ଓଡ଼ିଶାଲାଇଭ୍ ବ୍ୟୁରୋ

୨୦ କିଲୋ ଓଜନର ସୁନା ଗହଣା ପିନ୍ଧି ୨୫ତମ ‘କନୱାର ଯାତ୍ରା’ରେ ବାହାରିଛନ୍ତି ଗୋଲଡେନ୍ ବାବା।
୨୦କିଲୋ ଓଜନର ଗହଣା ପିନ୍ଧି ‘କନୱାର ଯାତ୍ରା’ରେ ବାହାରିଛନ୍ତି ଗୋଲଡେନ୍ ବାବା। ଗୋଲ୍ଡେନ୍ ବାବା ଓରଫ ସୁଧୀର ମକ୍କର୍ ଓଜନଦାର ସୁନାଗହଣାରେ ପିନ୍ଧି ପ୍ରତିବର୍ଷ ଶ୍ରାବଣ ମାସରେ ‘କନୱାର ଯାତ୍ରା’ରେ ବାହାରିଥାନ୍ତି। ଦୀର୍ଘ ୨୫ବର୍ଷ ହେବ ସେ ଏପରି କରିଆସୁଛନ୍ତି। ଏହି ଅବସରରେ ସେ ୨୦କିଲୋ ଓଜନର ଗହଣା ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଗୋଲଡେନ ବାବା।
ପୂର୍ବ ଦିଲ୍ଲୀର ଗାନ୍ଧିନଗର ଇଲାକାରେ ବାସ କରୁଥିବା ଗୋଲଡେନ୍ ବାବାଙ୍କ ବୟସ ଏବେ ୫୬। ତା’ଙ୍କ ପାଖରେ ୨୭ ଲକ୍ଷ ଟଙ୍କାର ଘଣ୍ଟା, ଗୋଟିଏ ବିଏମଡବ୍ଲୁ, ୨ଟି ଅଡ଼ି, ୨ଟି ଫର୍ଚୁନର୍ ଓ ୨ଟି ଇନୋଭା ଭଳି ନାମୀଦାମୀ କାର୍ ମଧ୍ୟ ରହିଛି। ପ୍ରତିବର୍ଷ ‘କନୱାର ଯାତ୍ରା’ ବେଳେ ସେ ଚର୍ଚ୍ଚାକୁ ଆସିଥାନ୍ତି। ଏବର୍ଷ ସେ ୨୫ତମ କନୱାର ଯାତ୍ରାର ସିଲଭର ଜୁବଲି ପାଳନ କରିଛନ୍ତି।
ଗୋଲଡେନ୍ ବାବାଙ୍କୁ ସୁନାଗହଣା ବହୁତ ପସନ୍ଦ। ତାଙ୍କ ପାଖରେ ୨୧ଟି ସୁନା ଚେନ୍, ୨୧ଟି ଲକେଟ୍ ଓ ଗୋଟିଏ ସୁନା ଜ୍ୟାକେଟ୍ ଅଛି। ଗୋଲଡେନ୍ ବାବା ଏକଦା ଗାନ୍ଧିନଗରରେ ଥିବା କପଡ଼ା ମାର୍କେଟରେ ଦରଜି ଭାବେ କାମ କରୁଥିଲେ। କିଛି ଦିନ ପରେ ହରିଦ୍ୱାର ପଳେଇଲେ। ସେବେଠାରୁ ସେ ପ୍ରତିବର୍ଷ ‘କନୱାର ଯାତ୍ରା’ରେ ବାହାରନ୍ତି।
ପୂର୍ବରୁ ୧୨/୧୩ କିଲୋ ଓଜନର ସୁନା ଓ ୪ କୋଟି ଟଙ୍କାର ମୂଲ୍ୟବାନ ପଥର ଖଚିତ ହୀରା ଗହଣା ନାଇ ହରିଦ୍ୱାର ‘କନ୍ଓ୍ଵାର୍ ଯାତ୍ରା’କୁ ଯାଇ ସେ ହଇଚଇ ସୃଷ୍ଟି କରିଥିଲେ। ସେ ଆଙ୍ଗୁଠିରେ ପିନ୍ଧନ୍ତି ଷ୍ଟେଟ୍ମେଣ୍ଟ୍ ମୁଦ୍ରିକା ଓ ହାତରେ ବାନ୍ଧିଛନ୍ତି ୨୭ ଲକ୍ଷ ଟଙ୍କାର ରୋଲେକ୍ସ ଘଡ଼ି।
ଗତବର୍ଷ ସେ ପିନ୍ଧିଥିଲେ ୧୪. ୫ କିଲୋ ଓଜନର ସୁନା ଅଳଙ୍କାର। କିନ୍ତୁ, ଏ ବର୍ଷ ୨୫ତମ ‘କନୱାର ଯାତ୍ରା’ରେ ସେ ପିନ୍ଧିଛନ୍ତି ୨୦ କିଲୋ ଓଜନର ସୁନା ଅଳଙ୍କାର ଯାହାର ମୂଲ୍ୟ ହେବ ପ୍ରାୟ ୬ କୋଟି ଟଙ୍କା।
୨୦୧୬ ମସିହା ‘କନୱାର ଯାତ୍ରା’ରେ ତାଙ୍କ ଯୋଗୁଁ ଖୁବ୍ ଗହଳି ହୋଇଥିଲା। ଗତ ଜାନୁଆରି ମାସରେ ହୋଇଥିବା ଅର୍ଦ୍ଧ କୁମ୍ଭ ମେଳାରେ ତାଙ୍କର ଚକଚକିଆ ଲକେଟ୍, ମୂଲ୍ୟବାନ ପଥରବସା ବାହୁଟି, ସବୁ ଆଙ୍ଗୁଠିରେ ମୁଦି ଏବଂ ସ୍ୱତନ୍ତ୍ର ଭାବେ ଖୋଦିତ ହୀରା ଘଡ଼ି ଦେଖିବାକୁ ଲୋକେ ଧାଡ଼ି ବାନ୍ଧିଥିଲେ।
ପ୍ରତିବର୍ଷ କାଉଡ଼ି ଯାତ୍ରା ଉତ୍ତର ପ୍ରଦେଶ ସରକାର ତାଙ୍କୁ ସୁରକ୍ଷା ଯୋଗାଇ ଦେଇଥାନ୍ତି।
ବାବାଙ୍କ ନାଁ’ରେ ଅନେକ ସଙ୍ଗୀନ ଅଭିଯୋଗ ଫର୍ଦ୍ଦ ରହିଛି। ଅପହରଣ, ଜବରଦସ୍ତି ଚାନ୍ଦା ଆଦାୟ, ମାରପିଟ୍ ଓ ଜୀବନରୁ ମାରିଦେବାର ଅଭିଯୋଗ ରହିଛି ଗୋଲଡେନ ବାବାଙ୍କ ନାଁରେ।














