ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ଜିଲ୍ଲାରେ ପୁଣି ମାଓବାଦୀ ଉପଦ୍ରବ। ଜଣେ ବ୍ୟକ୍ତିଙ୍କୁ ନକ୍ସଲମାନେ ହତ୍ୟା କରିଥିବା ବେଳେ ରେଳ ଧାରଣା ଓପାଡ଼ି ଦେଇଛନ୍ତି।

ମାଲକାନଗିରି ସୀମାରେ ପୁଣି ମାଓବାଦୀ ତାଣ୍ଡବ। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କମଳା ପଦର ଗ୍ରାମର ପୋଷ୍ଟ ମାଷ୍ଟରଙ୍କୁ ଗତକାଲି ରାତିରେ ଘରୁ ଡାକିନେଇ ନକ୍ସଲମାନେ ହତ୍ୟା କରିଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ନକ୍ସଲମାନେ ଛାଡ଼ି ଦେଇ ଯାଇଥିବା ଚିଠିରେ ହତ୍ୟାର କାରଣ ଉଲ୍ଲେଖ ରହିଛି।

ସେହିପରି ମାଲକାନଗିରି ସୀମାନ୍ତ ଅଞ୍ଚଳରେ ନକ୍ସଲମାନେ ରେଳ ଧାରଣା ଓପାଡ଼ି ଦେଇଛନ୍ତି। ଏହାପରେ ସେହି ରାସ୍ତା ଦେଇ କାମାଲୁରରୁ ଦାନ୍ତେୱାଡ଼ା ଯାଉଥିବା ପାସେଞ୍ଜର ଟ୍ରେନ୍ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଟ୍ରେନର ଗତି ମନ୍ଥର ଥିବାରୁ ଯାତ୍ରୀମାନେ ବଞ୍ଚିଯାଇଥିବା କୁହାଯାଉଛି।

ସେହିପରି ଦାନ୍ତେଓଡ଼ା ଜିଲ୍ଲାରେ ୨ଟି ବସ ଆଉ ଗୋଟିଏ ଟ୍ରକକୁ ଜାଳି ଦେଇଛନ୍ତି ମାଓବାଦୀ। ବସଗୁଡିକ ଦାନ୍ତେଓଡ଼ାରୁ ଜଗଡ଼ଲପୁର ଯିବା ସମୟରେ ବଚେଲି ନିକଟରେ ଘଟିଛି ଏହି ହିଂସାକାଣ୍ଡ। ସମସ୍ତ ଯାତ୍ରୀଙ୍କ ସହ ଡ୍ରାଇଭର ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି।

Comment