ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବା ପରେ ରାଜ୍ୟ ରାଜନୀତିରେ କମ୍ପନ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ବାଣ ମାରିଛନ୍ତି। ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ସିବିଆଇ ତଦନ୍ତକୁ ଭୟ କରି ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି।
ନିରଞ୍ଜନ କହିଛନ୍ତି, “ଗତ ୪ ବର୍ଷ ହେଲା ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ସମର୍ଥନ କରି ଆସୁଛି। ବିଜେଡି ସମଦୂରତ୍ୱ କଥା କହୁଥିଲେ ମଧ୍ୟ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରି ଆସୁଛି। ଏଣୁ ବିଜେଡି ପାଇଁ ସମଦୂରତ୍ୱର କିଛି ମାନେ ନାହିଁ।”
BJD supporting the NDA candidate for #RajyaSabhaDeputyChairman election isn’t surprising at all, that’s what allies are supposed to do. It’s a deal to stop CBI from exposing the BJD’s misdeeds.
This strengthens the ongoing rumors of seat sharing discussions between BJP & BJD.— Niranjan Patnaik (@NPatnaikOdisha) August 9, 2018
ଏପଟେ ନିରଞ୍ଜନଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।
“ପିସିସି ସଭାପତି ଅବାସ୍ତବ କଥା କହୁଛନ୍ତି। ତାଙ୍କ ମତ ଭିତ୍ତିହୀନ। ଏଥିରେ କିଛି ବାସ୍ତବତା ନାହିଁ। ଆମେ ଜେଡି(ୟୁ) ପ୍ରାର୍ଥୀଙ୍କୁ ସମର୍ଥନ କରିଛୁ। ବିଜେପିଠାରୁ ଆମେ ଦୂରତା ରକ୍ଷା କରିଛୁ ଏବଂ ଆଗାମୀ ଦିନରେ କରିବୁ”, କହିଛନ୍ତି ସସ୍ମିତ ପାତ୍ର।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ହରିବଂଶ ସିଂଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବି କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରିଥିଲା। ହରିବଂଶ ବିଜୟୀ ହୋଇଛନ୍ତି। ହରିବଂଶଙ୍କୁ ୧୨୫ଟି ଭୋଟ ମିଳିଥିବା ବେଳେ ହରିପ୍ରସାଦଙ୍କ ମିଳିଥିଲା ୧୦୫ଟି ଭୋଟ୍।


















