ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଡ଼ ମାଛ ଅପେକ୍ଷା ଚୂନା ମାଛ ଅଧିକ ହିତକର। ଏହା ଦୃଷ୍ଟିଶକ୍ତି ବୃଦ୍ଧି କରିବା ସହ ପିଲାମାନଙ୍କର ସ୍ମରଣ ଶକ୍ତି ବଢ଼ାଇଥାଏ।

ଚୂନା ମାଛ ଶରୀର ପାଇଁ ବେଶ୍ ଉପକାରୀ। ଏଥିରେ ‘ଭିଟାମିନ୍‌ ଡି’ ଥାଏ ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ। ଆପଣ ଖାଉଥିବା ସମସ୍ତ ଚୂନା ମାଛ ମଧ୍ୟରୁ ମହୁରାଳୀ ମାଛ ସବୁଠୁ ଭଲ ବୋଲି କୁହାଯାଏ। ବଡ଼ ମାଛ ଅପେକ୍ଷା ଚୂନା ମାଛର ହଜମ ଶକ୍ତି ଭଲ।

  • ଚୂନା ମାଛ ଖାଇଲେ ଆଖି ସମସ୍ୟା ବି ଦୂର ହୋଇଥାଏ। ଏଥିରେ ବହୁଳ ପରିମାଣର ନ୍ୟୁଟ୍ରେସନ୍‌ ରହିଛି।
  • ଚୁନାମାଛରେ ରହିଥିବା ଭିଟାମିନ୍‌ ‘ଏ’ ଦୃଷ୍ଟିହୀନତା ଓ ସଂକ୍ରମଣ ଜନିତ ରୋଗରୁ ରକ୍ଷା କରେ।
  • ଶିଶୁମାନଙ୍କୁ ପ୍ରଚୁର ଚୂନାମାଛ ଖାଇବାକୁ ଦିଅନ୍ତୁ। ସେମାନଙ୍କ ଶରୀର ବୃଦ୍ଧି କରାଇବାରେ ଖୁବ୍‌ ସହାୟକ ହୁଏ। ଏହା ଛଡ଼ା ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ମ ମଧ୍ୟ କରିଥାଏ।
  • ପିଲାଙ୍କୁ ଡାଇରିଆରୁ ରକ୍ଷା କରେ। ଅନ୍ୟ ବଡ଼ ମାଛ ଖାଇଲେ ପେଟ ରୋଗ ହେବାର ସମ୍ଭାବନ ରହିଛି। ମାତ୍ର ଚୂନାମାଛରେ ସେପରି ସମସ୍ୟା ନାହିଁ। ଏହାକୁ ମସଲା ନଦେଇ ଖାଲି ଭାଜି କରି ଖାଇଲେ ବେଶୀ ସୁସ୍ଥକର ହୋଇଥାଏ।
  • ଏଥିରୁ ମିଳୁଥିଲା କ୍ୟାଲ୍‌ସିୟ ଦାନ୍ତ ଓ ହାଡ଼କୁ ଶକ୍ତ କରିଥାଏ। ନିଜ ପିଲାଙ୍କୁ ଶକ୍ତ କରିବାକୁ ଚାହୁଁଥିଲେ ଚୂନା ମାଛ ଖାଇବାକୁ ଦିଅନ୍ତୁ।
  • ଚୂନା ମାଛ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ କରିବା ସହ ତ୍ୱଚା ଓ କେଶ ପାଇଁ ମଧ୍ୟ ଉପଯୋଗୀ।
  • ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ପିଲାମାନଙ୍କର ସ୍ମରଣ ଶକ୍ତି ବଢାଇଥାଏ।

Comment