ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୫ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି।

ବୋଲବମ୍ ଯାତ୍ରା ହେଲା ଶେଷ ଯାତ୍ରା। ପାନପୋଷ ବ୍ରାହ୍ମଣୀ ନଦୀ ଉପରେ ଥିବା ଟ୍ରେନ ଲାଇନରେ ଚାରି ଜଣ କାଉଡିଆଙ୍କ ପ୍ରାଣହାନି ଘଟିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମୃତଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟ ଦୁଇଟି ମୃତଦେହର କୌଣସି ପତ୍ତା ମିଳିନାହିଁ। ମୃତ କାଉଡିଆଙ୍କ ଘର ଛତିଶଗଡରେ ବୋଲି ଜଣାପଡ଼ିଛି।

ତିର୍ତ୍ତୋଲ ନିକଟରେ ଥିବା ମହାନଦୀ ଘାଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘାଟରୁ ପାଣି ଉଠାଇଲା ବେଳେ ଦୁଇ ଜଣ ବୋଲବମ୍ ଭକ୍ତଙ୍କ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଯାବତ୍ ଅନ୍ୟ ଜଣେ ଭକ୍ତ ନିଖୋଜ ରହିଥିବା ଜଣାପଡିଛି। ଘାଟରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comment