ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲାରେ ବଜ୍ରପାତ ଘଟି ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି।
ଡେଙ୍ଗାନାଳ ଜିଲ୍ଲାରେ ବଜ୍ରପାତରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ପାଞ୍ଚଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମଧ୍ୟାହ୍ନ ଭୋଜନ ଖାଇବାକୁ ବାହାରକୁ ଆସିଥିଲାବେଳେ ଏଭଳି ଅଘଟଣ ଘଟିଛି। ମୃତ ଛାତ୍ରୀ ଜଣଙ୍କ ୨ୟ ବର୍ଷ ସିଭିଲ ଇଞ୍ଜିନିୟରିଂ ଛାତ୍ରୀ। ତାଙ୍କ ନାମ କଳ୍ପନା ନାୟକ।
ବଜ୍ରାପାତରେ ଆହତ ହୋଇଥିବା ଅନ୍ୟ ପାଞ୍ଚ ଜଣ ଛାତ୍ରୀଙ୍କୁ ତୁରନ୍ତ ଖଜୁରିଆକଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ ଛାତ୍ରୀ ଜଣଙ୍କ ହିନ୍ଦୋଳ ଥାନା କାରନ୍ଦା ପଠାଣି ସାମନ୍ତ ଇଞ୍ଜିନିୟରିଂ କଲେଜର ଛାତ୍ରୀ ବୋଲି ଜଣାପଡ଼ିଛି।


















