ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ
  • ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସ୍ୱାଧୀନତା ସଂଗ୍ରାମୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ

“ଶାନ୍ତି ବିକାଶର ଆଧାର। ଭିତ୍ତିଭୂମି ବିକାଶ, ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ହେଉଛି ଆମ ପ୍ରଗତିର ମୂଳମନ୍ତ୍ର। ଓଡ଼ିଶା ଆଜି ଆଗକୁ ବଢ଼ୁଛି। ଆମକୁ ଆହୁରି ଆଗକୁ ଯିବାକୁ ହେବ। ଏଥିପାଇଁ ମୁଁ ଚାଷୀ, ମହିଳା ଓ ଯୁବ ସମାଜର ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛି। ଚାଷୀ, ମହିଳା ଓ ଯୁବ ସମାଜର ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛି। ଚାଷୀ, ମହିଳା ଓ ଯୁବସମାଜଙ୍କୁ ଏକ ପ୍ରତିଶତ ସୁଧରେ ଋଣ ଦିଆଯାଉଛି। ଏମାନେ ହେଉଛନ୍ତି ଆମ ବିକାଶର ମୁଖ୍ୟ ଆଧାର”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱରସ୍ଥିତ ଗାନ୍ଧି ମାର୍ଗରେ ୭୨ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, “ଏସିଆନ୍ ଆଥଲେଟିକ ମିଟ୍‌ର ସଫଳତା ପରେ ଓଡ଼ିଶାରେ ଆଗାମୀ ନଭେମ୍ବରରେ ବିଶ୍ୱ କପ୍ ହକି ଅନୁଷ୍ଠିତ ହେଉଥିବାରୁ ଏହା ଆମ ପାଇଁ ଗର୍ବର ବିଷୟ।”

ଗଣତନ୍ତ୍ରରେ ଲୋକ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଲୋକଙ୍କ ସଶକ୍ତିକରଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଆମର ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଆମେ ସମାଜର ସବୁ ବର୍ଗର କଲ୍ୟାଣ ଉପରେ ଜୋର୍ ଦେଇ ଆସିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

“ମୁଁ ବହୁତ ଖୁସି ଯେ ଦେଇଥିବା ପ୍ରତିଶ୍ରୁତିକୁ ଆଜି ରଖିପାରିଛି। ଆଜିଠାରୁ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି। ଓଡ଼ିଶାବାସୀଙ୍କ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ଓଡ଼ିଶାର ୭୦ ଲକ୍ଷ ପରିବାର ଉପକୃତ ହେବେ”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ୱାଧୀନତା ଦିବସ ଅବସରରେ ୨୬ ଜଣ ପୋଲିସ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି। କୁମ୍ଭୀର ମୁହଁରୁ ବଡ଼ ଭଉଣୀର ଜୀବନ ବଞ୍ଚାଇଥିବା କୁନି ଝିଅ ମମତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ପଦକ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here