ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାହକୁ ଚାରି ମାସ ନ ପୂରୁଣୁ ବିଷ ପିଇ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମରେ।

ପାରିବାରିକ କଳହର କରୁଣ ପରିସ୍ଥିତି। ବିବାହର ଚାରିମାସ ପୂରୁଣୁ ଆତ୍ମହତ୍ୟା କରିଛନ୍ତି ନବଦମ୍ପତ୍ତି। ମୃତ ସ୍ୱାମୀ ଓ ସ୍ତ୍ରୀ ହେଲେ ଧର୍ମେନ୍ଦ୍ର ତ୍ରିପାଠୀ ଓ ପୁର୍ଣ୍ଣିମା ତ୍ରିପାଠୀ।

ଧାମନଗର ମେଡିକାଲ ପଛପଟ ସାଁପୁର ଗ୍ରାମର ସତ୍ୟରଞ୍ଜନ ତ୍ରିପାଠୀଙ୍କ ପୁଅ ଧର୍ମେନ୍ଦ୍ର ତ୍ରିପାଠୀଙ୍କର କଟକ ଜିଲ୍ଲା ବାଙ୍କି ଅଞ୍ଚଳର ନୀଳମଣି ଦାଶଙ୍କ ଝିଅ ପୂର୍ଣ୍ଣିମାଙ୍କ ସହିତ ଗତ ମେ ମାସ ୯ ତାରିଖ ଦିନ ବିବାହ ହୋଇଥିଲା।

ତେବେ ବିବାହ ପରଠାରୁ ଉଭୟ ପରିବାର ମଧ୍ୟରେ ସମ୍ପର୍କ ଠିକ୍‌ ଥିବା ବେଳେ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା।

ଦୁଇ ଦିନ ତଳେ ଧର୍ମେନ୍ଦ୍ର ଶ୍ୱଶୁର ଘରୁ ଫେରିଥିଲେ। ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ବିଷ ପିଇ ଦେଇଥିବା ପୂର୍ଣ୍ଣିମା ଶ୍ୱଶୁରଙ୍କୁ କହିଥିଲେ। ଧର୍ମେନ୍ଦ୍ରଙ୍କୁ ପରିବାର ଲୋକେ ପ୍ରଥମେ ଧର୍ମେନ୍ଦ୍ରଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ପୁର୍ଣ୍ଣିମା ମଧ୍ୟ ବିଷ ପିଇ ଦେଇଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗୋଟିଏ ଆମ୍ବୁଲାନ୍ସରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଧର୍ମେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁର୍ଣ୍ଣିମାଙ୍କୁ କଟକ ବଡ ମେଡିକାଲ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here