ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ରିଅଲିଟି ସୋ’ ବିଗ୍ ବସର ଦ୍ୱାଦଶ ସଂସ୍କରଣ ଆସନ୍ତା ମାସ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଛି।

ପୂର୍ବଥର ଭଳି ଏଥର ମଧ୍ୟ ଏହି ଲୋକପ୍ରିୟ ସୋ’କୁ ହୋଷ୍ଟ କରିବେ ବଲିଉଡ ଦବଙ୍ଗ୍ ଷ୍ଟାର୍ ସଲମାନ ଖାନ୍‌। ତାଙ୍କ ସହ ସହଉପସ୍ଥାପିକା ଭାବେ ନଜର ଆସିବେ କାଟ୍ରିନା କୈଫ୍।

କ୍ୟାଟ୍-ସଲମାନଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ। ବ୍ରେକ ଅପ୍‌ ହେବା ପରେ ମଧ୍ୟ ଦୁହିଁଙ୍କ ସମ୍ପର୍କ ପୂର୍ବଭଳି ବଜାୟ ରହିଛି। ଏବେ ମଧ୍ୟ ସଲମାନଙ୍କୁ ନିଜ ‘ଗଡ୍ ଫାଦର’ କହନ୍ତି କ୍ୟାଟ୍‌।

ସଲମାନ ଓ କ୍ୟାଟ୍‌ ଏକାସାଙ୍ଗରେ ସୋ’ ହୋଷ୍ଟ କରୁଥିବାରୁ ଏଥର ବିଗ୍‌ବସ୍‌ ବେଶ୍‌ ଲୋକପ୍ରିୟ ହେବ ବୋଲି ଜଣାପଡ଼ିଛି।

Comment