ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଳୟଙ୍କାରୀ ବନ୍ୟାରେ ଭାସୁଛି କେରଳ। ୩୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଚାଷଜମି ଓ ଘର ନଷ୍ଟ ହୋଇଯାଇଛି। ଫଳରେ କେରଳକୁ ବିଭିନ୍ନ ରାଜ୍ୟରୁ ସହାୟତାର ସୁଅ ଛୁଟୁଛି। କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ସହାୟତା ଦେବା ପରେ ଆଜି ଓଡ଼ିଶା ଆଇଏଏସ୍ ଓ ଆଇପିଏସ୍ ଅଫିସର ସଂଘ ସହାୟତାର ହାତ ବଢ଼ାଇଛି।

କେରଳ ବନ୍ୟା ପୀଡ଼ିତଙ୍କ ସହାୟତା କରିବା ପାଇଁ ଦିନକର ଦରମା ଦେବାକୁ ଘୋଷଣା କରିଛି ଆଇଏଏସ୍ ଓ ଆଇପିଏସ୍ ଅଫିସର ସଂଘ। ଏନେଇ ସଂଘ ବୈଠକରେ ଏକ ରିଜଲ୍ୟୁସନ ପାସ୍ ହୋଇଛି। କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅଫିସରମାନଙ୍କ ଦିନକର ଦରମା ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଆନ୍ଧ୍ରପ୍ରଦେଶ ଆଇଏଏସ୍ ଅଫିସରମାନେ କେରଳ ବନ୍ୟା ପୀଡ଼ିତଙ୍କୁ ଦିନକର ଦରମା ଦେବାକୁ ଘୋଷଣା କରିଛନ୍ତି।

Comment