ଓଡ଼ିଶାଲାଇଭ୍ ବ୍ୟୁରୋ
ଓମ୍ଫେଡ୍ ଅଫିସ ନିକଟସ୍ଥ ସହିଦ ନଗର ହାଟ ବଣିକ ସଂଘର କର୍ମକର୍ତ୍ତାମାନେ ସାଂଘାତିକ ଅଭିଯୋଗ କରିଛନ୍ତି। ହାଟରେ ବ୍ୟବସାୟ କରିବା ପାଇଁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ପିଣ୍ଡି ନିର୍ମାଣ କରିବାକୁ ଦେଉ ନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ଥାନାର ଦ୍ବାରସ୍ଥ ହେଉଥିଲେ ହେଁ ପୋଲିସ ସେମାନଙ୍କ କଥା ଶୁଣୁ ନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଅଭିଯୋଗ ଶୁଣି ବିହୀତ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସହିଦନଗର ଓମ୍ଫେଡ୍ ଅଫିସ ପାଖରେ ୧.୮୫୨ ଏକର ଜାଗାରେ କିଛି ବ୍ୟବସାୟୀ ବ୍ୟବସାୟ କରି ଆସୁଛନ୍ତି। ଅର୍ଥ ଅଭାବରୁ ସେମାନେ ପିଣ୍ଡି ନିର୍ମାଣ କରିପାରି ନଥିଲେ। କିନ୍ତୁ ଏବେ ପିଣ୍ଡି ନିର୍ମାଣ କଲା ବେଳେ କିଛି ଲୋକ ଆସି ତାହା କରାଇ ଦେଉ ନାହାନ୍ତି। ଅଯଥାରେ ଗଣ୍ଡଗୋଳ କରୁଥିବା ସଂଘ ଅଭିଯୋଗ କରିଛି। ଅସାଧୁ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଦାବି କଲେ କିଛି ସୁଫଳ ମିଳୁନି। ଫଳରେ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି।


















