ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭାଇରାଲ ଗାର୍ଲ ପ୍ରିୟା ପ୍ରକାଶ ସୋସିଆଲ ମିଡିଆରେ ଅପଲୋଡ କରିଥିବା ତାଙ୍କର ଏକ ଫଟୋ ପାଇଁ ଏବେ ବେଶ୍‍ ଚର୍ଚ୍ଚାରେ ଅଛନ୍ତି। ଶାଢୀ ପିନ୍ଧି ବର୍ଷାର ମଜା ନେଉଥିବା ପ୍ରିୟାଙ୍କର ଏହି ଫଟୋ କ୍ରମେ ଭାଇରାଲ ହେବାରେ ଲାଗିଛି।

ନ୍ୟୁ ଇଣ୍ଟରନେଟ୍‌ ସେନ୍‌ସେସନ ଭାବେ ଉଭା ହୋଇଛନ୍ତି ମାଲୟାଲମ୍ ସିନେମା ଅଭିନେତ୍ରୀ ପ୍ରିୟା ପ୍ରକାଶ। ୨୮ ସେକେଣ୍ଡର ଭିଡିଓରେ ସାରା ଦେଶକୁ ପାଗଳ କରିଥିବା ଭାଇରାଲ ଗାର୍ଲ ପ୍ରିୟା ପ୍ରକାଶ ଏବେ ନଜର ଆସିଛନ୍ତି ଏକ ନୂଆ ଲୁକରେ। ପ୍ରିୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଦୁଇଟି ଶାଢୀ ପିନ୍ଧା ଫଟୋ ଅପଲୋଡ କରିଥିଲେ, ଯାହା କ୍ରମେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଗାର୍ଲ ପ୍ରିୟା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଥିବା ତାଙ୍କ ଫଟୋ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ପ୍ରଥମ ଥର ପାଇଁ ଏପରି ଅନ୍ଦାଜରେ ନଜର ଆସିଲେ ପ୍ରିୟା। ସେ ଏହି ଫଟୋରେ ଏକ ଗୋଲ୍‌ଡେନ ବର୍ଡରର ଧଳା ରଙ୍ଗର ଶାଢୀ ପିନ୍ଧି ବହୁତ ଆକର୍ଷଣୀୟ ଲାଗୁଥିଲେ। ବର୍ଷାର ମଜା ନେଉଥିବା ବେଳେ ଭିନ୍ନ ଭିନ୍ନ ପୋଜ୍‌ରେ ପ୍ରିୟା ନେଇଥିବା ନିଜ ଫଟୋକୁ ଅପଲୋଡ କରିଛନ୍ତି ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ।

କେରଳର ବନ୍ୟାବିପନ୍ନଙ୍କ ପାଇଁ ସହାୟତାର ହାତ ମଧ୍ୟ ବଢାଇଥିଲେ ସାଉଥ ଆକ୍ଟ୍ରେସ ପ୍ରିୟା ପ୍ରକାଶ। ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷକୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିଥିଲେ ପ୍ରିୟା। ସୋସିଆଲ ମିଡିଆରେ ଏହି କଥା ନେଇ ଚର୍ଚ୍ଚା ହେବା ପରେ କେହି କେହି ଏହି କଥାର ପ୍ରଶଂସା କରିଥିବା ବେଳେ କେତେଜଣ ଏହାକୁ ପବ୍ଲିସିଟି ଷ୍ଟଣ୍ଟ ମଧ୍ୟ କହିଥିଲେ।

ଭାଲେଣ୍ଟାଇନ ଡେ’ରେ ପ୍ରିୟା ପ୍ରକାଶଙ୍କ ଆଖିରେ ଆଖିରେ ଇଶାରା ଦେଉଥିବା ଭିଡିଓ ଭାଇରାଲ ହେବାପରେ ଇଣ୍ଟରନେଟରେ ଚହଳ ପଡିଯାଇଥିଲା। ଫଳରେ ଚାରିଆଡେ ପ୍ରିୟାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଉ ଏଥିରୁ ତାଙ୍କର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଥିଲା। ଇନ୍‌ଷ୍ଟାଗ୍ରାମରେ ପ୍ରିୟା ପ୍ରକାଶଙ୍କ ଫଲୋଅର୍ସଙ୍କ ସଂଖ୍ୟା ଏବେ ୬୦ଲକ୍ଷରୁ ଅଧିକ ରହିଛି।

ମାଲୟାଲମ୍ ସିନେମା ‘ଓରୁ ଅଦାର ଲଭ୍’ ଜରିଆରେ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅର୍ ଅଭିନୟ ଜଗତରେ ପାଦ ଥାପିଛନ୍ତି। ଏହି ସିନେମା ଆଗାମୀ ସେପ୍ଟେମ୍ବର ୧୪ ତାରିଖରେ ରିଲିଜ୍ ହେବାକୁ ଯାଉଛି।

ପ୍ରିୟା ପ୍ରକାଶ ଖୁବଶୀଘ୍ର ବଲିଉଡରେ ମଧ୍ୟ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ବଲିଉଡର ପପୁଲାର ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ରଣବୀର କପୁରଙ୍କ ନାୟିକା ଭାବେ ତାଙ୍କୁ ଦେଖିବାକୁ ମିଳିବ।

Comment