ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜେ.ପି. ଦତ୍ତାଙ୍କ ମଲ୍ଟିଷ୍ଟାରର ଯୁଦ୍ଧ ସିନେମାପଲଟନ୍‌’ ବିଷୟରେ କିଛି ଜଣାଅଜଣା କଥା

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଜେ.ପି. ଦତ୍ତା ସବୁବେଳେ ମଲ୍ଟିଷ୍ଟାରର ଫିଲ୍ମ ନିର୍ମାଣ କରିଥାନ୍ତି। ତାଙ୍କର ପ୍ରଥମ ସିନେମା ଥିଲା ‘ଗୁଲାମି’। ତେବେ ଏହି ନିର୍ଦ୍ଦେଶକ ଜଣକ ଭାରତୀୟ ସୈନିକଙ୍କ ଉପରେ ଆଧାରିତ ଫିଲ୍ମ ‘ବର୍ଡର’ ନିର୍ମାଣ କରିବା ପରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଆସିଥିଲେ।

ଭାରତ-ପାକ୍ ଯୁଦ୍ଧ ଉପରେ ଆଧାରିତ ସିନେମା ତିଆରି କରିବା ପରେ ଜେ.ପି. ଦତ୍ତା ଏବେ ୧୯୬୨ରେ ସଂଘଠିତ ଭାରତ-ଚୀନ ଯୁଦ୍ଧ ପ୍ରସଙ୍ଗକୁ ନେଇ ଏକ ନୂଆ ସିନେମା ନିର୍ମାଣ କରିଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ପଲଟନ୍‌’। ୧୯୬୨ରେ ସିନୋ-ଇଣ୍ଡିଆନ୍ ଯୁଦ୍ଧ ପରେ ନାଥୁଲା ଓ କୋଲାଙ୍କ ମଧ୍ୟରେ ସିକିମ ବର୍ଡରରେ ହୋଇଥିବା ସଂଘର୍ଷ ଉପରେ ଏହାର କଥାବସ୍ତୁ ଆଧାରିତ।

ପଲଟନ୍‌’ ଷ୍ଟାରକାଷ୍ଟ

ଜେ.ପି. ଦତ୍ତାଙ୍କ ମଲ୍ଟିଷ୍ଟାରର୍ ମୁଭି ‘ପଲଟନ୍‌’ରେ ଜ୍ୟାକିଶ୍ରଫ୍, ଅର୍ଜୁନ ରାମପାଲ, ସୋନୁ ସୁଦ୍‌, ଗୁରମିତ୍ ଚୌଧୁରୀ, ହର୍ଷବର୍ଦ୍ଧନ ରାଣେ, ଇଷା ଗୁପ୍ତା, ସୋନଲ ଚୌହ୍ୱାନ୍, ଦୀପିକା କକର୍, ମୋନିକା ଗିଲ୍‌, ବିଜୋଉ ଥାଙ୍ଗଜାସ, ଅଭିଳାଷ ଚୌଧୁରୀ ଓ ଅବଦୁଲ କାଦିର୍‌ ଆମିନ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ଏହି ସିନେମାରେ ‘ମେଜର ଜେନେରାଲ୍ ସାଗତ୍ ସିଂହ’ ଭୂମିକାରେ ଜ୍ୟାକି ଶ୍ରଫ୍ ଓ ‘ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ରାୟ ସିଂହ’ଙ୍କ ଚରିତ୍ରରେ ନଜର ଆସିବେ ଅର୍ଜୁନ ରାମପାଲ।

ଅନୁ ମଲ୍ଲିକ ‘ପଲଟନ୍‌’ ସିନେମାର ସଙ୍ଗୀତ ନିର୍ଦ୍ଦେଶକ। ଏହାପୂର୍ବରୁ ଜେପିଙ୍କ ଫିଲ୍ମ ‘ବର୍ଡର’, ‘ରିଫ୍ୟୁଜି’, ‘ଏଲଓସି’ର ମଧ୍ୟ ସ୍ୱରସଂଯୋଜନା କରିଥିଲେ ଅନୁ ମଲ୍ଲିକ। ‘ପଲଟନ୍‌’ ସିନେମା ଆଗାମୀ ସେପ୍ଟେମ୍ବର ୭ ତାରିଖରେ ରିଲିଜ୍ ହେଉଛି।

ଅଭିଷେକ ଛାଡ଼ିଥିଲେପଲଟନ୍‌’ ସିନେମା ଅଫର

ସମସ୍ତଙ୍କୁ ଜଣା ଯେ ନିର୍ମାତା-ନିର୍ଦ୍ଦେଶକ ଜେ.ପି. ଦତ୍ତା ହିଁ  ବିଗ୍ ବିଙ୍କ ପୁତ୍ର ଅଭିଷେକ ବଚ୍ଚନଙ୍କୁ ବଲିଉଡରେ ଲଞ୍ଚ୍ କରିଥିଲେ। ଅଭିଷେକଙ୍କ ଡେବ୍ୟୁ ଫିଲ୍ମ ’ରିଫ୍ୟୁଜି’ର ନିର୍ମାତା-ନିର୍ଦ୍ଦେଶକ ଥିଲେ ଜେପି। ଏହାପରେ ଅଭିଷେକ ଜେ. ପି. ଦତ୍ତାଙ୍କ ଫିଲ୍ମ ‘ଏଲଓସି-କାରଗିଲ୍’ ଓ ’ଉମ୍‌ରାଓଜୋନ୍‌’ରେ ମଧ୍ୟ ଅଭିନୟ କରିଥିଲେ।

ଜେ.ପି. ଦତ୍ତାଙ୍କ ମଲ୍ଟି ଷ୍ଟାରର ‘ପଲଟନ୍’ରେ ବି କାମ କରିବାକୁ ରାଜି ହୋଇଥିଲେ ଜୁନିଅର୍ ବଚ୍ଚନ। କିନ୍ତୁ ଏହି ସିନେମାର ସୁଟିଂ ଆରମ୍ଭ ହେବାର କିଛିଦିନ ଆଗରୁ ସେଥିରୁ ଓହରିଯାଇଥିଲେ। ଅଭିଷେକ ଅନ୍ୟ ଏକ ସିନେମା ପାଇବା କାରଣରୁ ‘ପଲଟନ୍‌’ ଛାଡ଼ିଥିବା କଥା ନେଇ ବେଶ୍‍ ଚର୍ଚ୍ଚା ହୋ‍ଇଥିଲା। କିନ୍ତୁ ଏ ସମ୍ପର୍କରେ ଅଭିଷେକ କିଛି ସୂଚନା ଦେଇନଥିଲେ।

ଅନ୍ୟପକ୍ଷରେ ଜେ.ପି. ଦତ୍ତ କହିଥିଲେ ଯେ ଅଭିଷେକ କାହିଁକି ‘ପଲଟନ୍‌’ ଛାଡ଼ିଥିଲେ, ସେ ତାହାର କାରଣ ବିଷୟରେ କିଛି ଜାଣିନାହାନ୍ତି। ‘ପଲଟନ୍‌’ର ଫାର୍ଷ୍ଟଲୁକ୍‌ରେ କିନ୍ତୁ ଅଭିଷେକ ନଜର ଆସିଥିଲେ।

ଗବେଷଣା ପାଇଁ ବର୍ଷେ ସମୟ ନେଇଥିଲେ ନିର୍ଦ୍ଦେଶକ

ପ୍ରଖ୍ୟାତ ନିର୍ଦ୍ଦେଶକ ଜେ. ପି. ଦତ୍ତା ତାଙ୍କ ନୂଆ ସିନେମା ‘ପଲଟନ୍‌’ର ଟ୍ରେଲର୍ ରିଲିଜ୍ କରିବା ସମୟରେ ଗୋଟିଏ କଥା କହିଥିଲେ। ସେ କହିଥିଲେ ଯେ ‘ପଲଟନ୍‌’ ପାଇଁ ତାଙ୍କୁ ବର୍ଷେ କାଳ ଗବେଷଣା କରିବାକୁ ପଡ଼ିଥିଲା।

ଜେପିଙ୍କ ଅନୁଯାୟୀ ସେ ଲେଫ୍ଟନାଣ୍ଟ ଅଭାର ସିଂହଙ୍କ ସହିତ ଲଦାଖ୍ ଯାଇଥିଲେ। ସେଠାରେ ସେ ଲୋକେସନର ଫଟୋ ଉଠାଇ ଆଣିଥିଲେ। ନାଥାଲାଠାରେ ଭାରତ-ଚୀନ୍ ଯୁଦ୍ଧ ହୋଇଥିଲା। ଏହାର ସମୀପରେ ହିଁ ‘ପଲଟନ୍‌’ଚ ସିନେମାର ସୁଟିଂ କରିଥିଲେ। ଏହାଛଡ଼ା ଅନ୍ୟ ଗବେଷଣା ପାଇଁ ମଧ୍ୟ ଯଥେଷ୍ଟ ସମୟ ଦେଇଥିଲେ ଜେ.ପି. ଦତ୍ତା।

Comment