ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ହୃଦଘାତ ଭଳି ମାରାତ୍ମକ ରୋଗ ଏକ ସାଧାରଣ କଥାରେ ପରିଣତ ହୋଇଛି। ଏଥିରୁ କିପରି ଦୂରେଇ ରହିବେ ସେ ବିଷୟରେ ଆସନ୍ତୁ ଜାଣିବା।

  • ହୃଦଘାତ ପୀଡ଼ିତଙ୍କ ପାଇଁ ଲାଉ ଅତ୍ୟନ୍ତ ଭଲ ହୋଇଥାଏ। ଖାସ୍ ସେଥିପାଇଁ ଲାଉ ରସରେ ୪-୬ଟି ପୋଦିନା ପତ୍ର ଓ ୬-୮ ଟି ତୁଳସୀ ପତ୍ର ପକାଇ ବାଟି ଦିଅନ୍ତୁ। ଏବେ ସେଥିରେ ଅଳ୍ପ କିଛି ପାଣି, ୧ରୁ ୧.୫ ଗ୍ରାମ୍ ସୈନ୍ଧବ ଲୁଣ ଓ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏହାକୁ ପ୍ରତିଦିନ ସେବନ କଲେ ଧୀରେ ଧୀରେ ହୃଦଘାତରୁ ମୁକ୍ତି ମିଳିଥାଏ।
  • ହଳଦୀ ମିଶା କ୍ଷୀର ପିଇଲେ ମଧ୍ୟ ଏଥିରୁ ମୁକ୍ତି ମିଳେ।
  • ପ୍ରତିଦିନ ୨/୩ କୋଲା ରସୁଣକୁ ଛେଚି ସେବନ କରିବା ଉଚିତ୍। କାରଣ ଏହା ମଧ୍ୟ ହୃଦଘାତକୁ ରୋକିଥାଏ। ଯଦି ଏହାର ସ୍ୱାଦ ଭଲ ଲାଗିବନି ତେବେ ରସୁଣ ସେବନ ପରେ ଏକ ଗ୍ଲାସ୍ କ୍ଷୀର ପିଇପାରିବେ।
  • ଗ୍ରୀନ୍ ଟି ପିଇବା ଦ୍ୱାରା ମଧ୍ୟ ଏଥିରୁ ମୁକ୍ତି ମିଳିଥାଏ।

ସତର୍କତା

  • ନିଜ ଖାଦ୍ୟରେ ଫ୍ୟାଟ୍, କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରନ୍ତୁ।
  • ଲୁଣଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ।
  • ଧୂମପାନ ଓ ମଦ୍ୟପାନ ସେବନ କରନ୍ତୁ ନାହିଁ।
  • ମଧୁମେହ ରୋଗକୁ ନିୟନ୍ତ୍ରଣ ରଖିନ୍ତୁ।
  • ନିୟମିତ ଯୋଗ ଏବଂ ଧ୍ୟାନ କରନ୍ତୁ।
  • ନିୟମିତ ଭାବେ ନିଜ ହାର୍ଟର ଯାଞ୍ଚ ପାଇଁ ଡାକ୍ତରଙ୍କ ପାଖକୁ ଯିବା ସହିତ ପରାମର୍ଶ ନିଅନ୍ତୁ।

Comment