ଓଡ଼ିଶାଲାଇଭ୍ ବ୍ୟୁରୋ

  • ସର୍ବପ୍ରଥମେ ମାଛ ଧରାଳି ଦେଖିଥିଲେ ଏହି ରହସ୍ୟମୟ ଜାହାଜ
  • ଏଥିରେ କୌଣସି ଚାଳକ ନଥିଲେ କି ଜିନିଷ ନଥିଲା
  • ୯ବର୍ଷ ପରେ ଖୋଲିଲା ରହସ୍ୟ
  • ତାଇୱାନ ନିକଟରୁ ଠାବ ହେଲା ଜାହାଜ

ହିନ୍ଦୁ ମହାସାଗରରେ ଏକ ଜାହାଜ ଦେଖିବାକୁ ମିଳିଛି। ଏହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି। ଏହି ଜାହାଜଟି ପାଖାପାଖି ୯ବର୍ଷ ହେଲା ନିଖୋଜ ରହିଥିଲା। ହେଲେ ମିଆଁମାର ନିକଟରେ ଏହାକୁ ଅଚାନକ ଦେଖିବାକୁ ମିଳିଥିଲା। ଏଥିରେ କୌଣସି ଚାଳକ ନଥିଲେ। ସାରାଦୁନିଆରେ ଏହି ଜାହାଜକୁ ନେଇ ଚର୍ଚ୍ଚା ଜୋର୍ ଧରିବା ସହିତ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି।

ମିଆଁମାର ସମୁଦ୍ର ତଟ ନିକଟରେ ‘ସେମ୍ ରତାଉଲାଙ୍ଗି ପିବି ୧୬୦୦’ ଜାହାଜଟି ଭଙ୍ଗାରୁଜା ଅବସ୍ଥାରେ ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା। ମାଲ୍ ପରିବହନ କରୁଥିବା ଏହି ଜାହାଜରେ କୌଣସି ଜିନିଷ ନ ଥିଲା କି ସଦସ୍ୟ ବି ନ ଥିଲେ। ଏହାବ୍ୟତୀତ ଏଥିରେ ଇଣ୍ଡୋନେସିଆର ପତାକା ଲାଗିଥିଲା।

ଏହି ଜାହାଜର ସିଗ୍‌ନାଲ୍ ଶେଷଥର ପାଇଁ ୨୦୦୯ରେ ତାଇୱାନ ନିକଟରେ ରହିଥିବାର ଜଣାପଡ଼ିଛି। ଏପରି ଘଟଣା ସେଠାରେ ପ୍ରଥମଥର ପାଇଁ ଘଟିଛି।

ମିଆଁମାର ବାଣିଜ୍ୟିକ ରାଜଧାନୀ ତଟରୁ ପ୍ରାୟ ୧୧ କିଲୋମିଟର ଦୂରରେ ଅବସ୍ଥିତ। ଏହି ଜାହାଜକୁ ସର୍ବପ୍ରଥମେ ସେଠାକାର ମାଛ ଧରାଳିମାନେ ଠାବ କରିଥିଲେ। ସେଠାକାର ପୋଲିସଙ୍କ ମତରେ, ଏହା ବିଷୟରେ ଜାଣିବା ପରେ ଅଧିକାରୀ ଏବଂ ନୌବାହିନୀ ଦଳ ଜାହାଜ ନିକଟକୁ ଯାଇଥିଲେ। ଏହା ବିଷୟରେ ଆଉ କିଛି ତଥ୍ୟ ସଂଗ୍ରହ କରିଥିଲେ। ଏହି ଜାହାଜଟିକୁ ୨୦୦୧ରେ ନିର୍ମାଣ କରାଯାଇଥିଲା।

Comment