ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଏଭଳି ଏକ ଗାଁ ରହିଛି ଯାହାର ଅଧା ଅଂଶ ଭାରତରେ ଏବଂ ଆଉ ଅଧା ମିଆଁମାରରେ ରହିଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ସତ୍ୟତା ରହିଛି। ଲୋକେ ଏହି ଗାଁ ଦେଇ ବିନା ଭିସାରେ ମିଆଁମାର ଯାଇଥାନ୍ତି। ଏହି ଗାଁର ଲୋକେ ମିଆଁମାରରେ ଖାଦ୍ୟ ଖାଉଥିବା ବେଳେ ଭାରତରେ ଶୋଇଥାନ୍ତି।  ଏହି ଗାଁର ନାଁ ଲୋଙ୍ଗୱା।

ଲୋଙ୍ଗୱା ଗାଁ ଭାରତ ଓ ମିଆଁମାର ସୀମା ମଝିରେ ଅବସ୍ଥିତ। ଏଠାକାର ରାଜାଙ୍କ ଘର ହିଁ ଦୁଇ ଦେଶର ସୀମା ନିର୍ଦ୍ଧାରଣ କରୁଛି। ଏହି ରାଜାଙ୍କ ନାମ ନଗୋୱାଙ୍ଗ ଅଟେ। ରାଜାଙ୍କ ଅଧୀନରେ ମୋଟ ୫୫ଟି ଗାଁ ରହିଛି। ରାଜାଙ୍କ ଘର ମଧ୍ୟ ଦେଇ ଭାରତ-ମିଆଁମାର ସୀମା ଯାଉଛି।

ଲୋଙ୍ଗୱା ଗାଁର ରାଜାଙ୍କ ପରିବାର ମଧ୍ୟ ବହୁତ ବଡ଼ ଅଟେ। ରାଜାଙ୍କ ୬୦ ପତ୍ନୀ ମଧ୍ୟ ଅଟନ୍ତି। ରାଜାଙ୍କ ପୁଅ ମିଆଁମାର ଆର୍ମିରେ ନିଯୁକ୍ତ ଅଛନ୍ତି।

ଏହି ଗାଁ ଭାରତ-ମିଆଁମାର ସୀମାରେ ରହୁଥିବାରୁ ଲୋକଙ୍କୁ ଦୁଇ ଦେଶର ନାଗରିକତା ମିଳିଛି। ସେଥିପାଇଁ ଲୋକଙ୍କୁ ମିଆଁମାର ଯିବାକୁ ହେଲେ କୌଣସି ଭିସା କି ପାସପୋର୍ଟ ଆବଶ୍ୟକ ପଡ଼ିନଥାଏ। ଏଠାକାର ଅଧିବାସୀ ଦୁଇ ଦେଶରେ ସ୍ୱାଧୀନ ଭାବେ ବୁଲିପାରିବେ।

Comment