ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ପୁରୁଷ ବିଶ୍ଵକପ ୨୦୨୩ ଦୌଡ଼ରୁ ବାହାର ହୋଇଛି ଭାରତୀୟ ହକି ଦଳ। ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚରେ ହାରିବା ଯୋଗୁଁ ଭାରତର ବିଶ୍ଵକପ ଯାତ୍ରା ଶେଷ ହୋଇଛି। ରବିବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚର ପେନାଲ୍ଟି ସୁଟଆଉଟ୍ ସଡନଡେଥରେ ୪-୫ ଗୋଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଭାରତର ଏହି ପରାଜୟ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଓ ଅନେକ ହକିପ୍ରେମୀଙ୍କୁ ନିରାଶ କରିଛି।

ରବିବାର ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିଲା ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ଆରମ୍ଭ ହୋଇଥିଲା। ଭାରତ ବିଶ୍ଵକପ କ୍ଵାର୍ଟର ଫାଇନାଲରେ ପ୍ରବେଶ ଲକ୍ଷ୍ୟରେ ପଡ଼ିଆକୁ ଆସିଥିଲା। ମ୍ୟାଚରେ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ଆରମ୍ଭକରି ୧୭ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲା। ବରୁଣ କୁମାରଙ୍କ ଏକ ସୁନ୍ଦର ପାସରୁ ଲଳିତ ଉପାଧ୍ୟାୟ ଏହି ଗୋଲ ଦେଇଥିଲେ। ଏହାପରେ ନ୍ୟୁଜିଲାଣ୍ଡ ଏକ ଗୋଲ ଦେଇ ମ୍ୟାଚକୁ ୧-୧ ଗୋଲରେ ବରାବର କରିଥିଲା।

ଏହାପରେ ସୁଖଜିତ ସିଂହ ଓ ବରୁଣ କୁମାର ଆଉ ଦୁଇଟି ଗୋଲଦେଇ ଦଳକୁ ୩-୧ ଅଗ୍ରଣୀ କରିଥିଲେ। ମ୍ୟାଚର ଶେଷ କ୍ଵାର୍ଟରରେ ନ୍ୟୁଜିଲାଣ୍ଡ ଦଳ ଚମତ୍କାର ପ୍ରଦର୍ଶନ ଦେଖାଇ ଲଗାତର ଦୁଇଟି ଗୋଲ ଦେଇଥିଲା। ଏହି ଦୁଇଟି ଗୋଲ ଭାରତ ପାଇଁ ବିପର୍ଜୟ ସାବ୍ୟସ୍ତ ହୋଇଥିଲା। ମ୍ୟାଚ ୩-୩ ଗୋଲରେ ଡ୍ର ରହି ପେନାଲ୍ଟି ସୁଟଆଉଟକୁ ଯାଇଥିଲା।

ପେନାଲ୍ଟି ସୁଟଆଉଟର ପ୍ରଥମ ଭାଗରେ ଉଭୟ ଦଳ ସମାନ ପ୍ରଦର୍ଶନ କରି ପୁଣିଥରେ ୩-୩ରେ ଡ୍ର ରଖିଥିଲେ। ଏହାପରେ ସଡନଡେଥରେ ଭାରତ ଗୋଲ କରିବାରେ ବିଫଳ ହେବାରୁ ନ୍ୟୁଜିଲାଣ୍ଡ ମ୍ୟାଚ ଜିତିଥିଲା।

ଏବେ ଭାରତ ଜାନୁଆରି ୨୬ ତାରିଖରେ ବିଶ୍ଵକପରେ ନବମ ସ୍ଥାନ ପାଇଁ ଜାପାନ ବିପକ୍ଷରେ ମ୍ୟାଚ ଖେଳିବ। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯିବ।

Tags: #HockeyMen’sWorldCup #CrossOver #IndianHockeyTeam #Lost #NewZealand #KalingaStadium #Odisha

LEAVE A REPLY

Please enter your comment!
Please enter your name here