ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମରରେ ପୀଡ଼ିତ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ଫ୍ୟାନଙ୍କ ଲାଗି ଏକ ଖୁସି ଖବର। କୁହାଯାଉଛି କି ଇରଫାନ ଖାନ୍‌ ମୁମ୍ବାଇ ଫେରିଆସିଛନ୍ତି। ଏହାସହିତ ଏହା ବି କୁହାଯାଉଛି କି ସେ ଖୁବଶୀଘ୍ର ହିନ୍ଦୀ ମିଡିୟମ-୨ର ସୁଟିଂ ଆରମ୍ଭ କରିବେ।

ଏକ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଇରଫାନ୍‌ ଖାନ୍‌ ଲଣ୍ଡନରେ ନିଜ ଚିକିତ୍ସା କରାଇ ଭାରତ ଫେରିଆସିଛନ୍ତି।  ମୁମ୍ବାଇରେ କୋକିଲାବେନ ଧୀରଭାଇ ଅମ୍ବାନୀ ହସ୍ପିଟାଲରେ ଇରଫାନ ନିଜ ଚିକିତ୍ସା କରୁଛନ୍ତି।

ରିପୋର୍ଟ ଅନୁସାରେ ଇରଫାନ ପୂର୍ବ ଅପେକ୍ଷା ଏବେ ସୁସ୍ଥ ଅଛନ୍ତି। ସେ ଶୀଘ୍ର ସୁଟିଂ ସେଟକୁ ଫେରିବେ। ଇରଫାନ୍‌ ହିନ୍ଦି ମିଡିୟମ-୨ର ସୁଟିଂ ଫେବ୍ରୁଆରି ୨୨ରୁ ଆରମ୍ଭ କରିପାରନ୍ତି।

ଗତ ବର୍ଷ ମାର୍ଚ୍ଚରେ ଜଣାପଡ଼ିଥିଲାକି ଇରଫାନ ଖାନ୍‌ଙ୍କୁ କ୍ୟାନସର୍‌ ହୋଇଛି। ଏହାପରେ ସେ ଚିକିତ୍ସା ଲାଗି ଲଣ୍ଡନ ପଳାଇଥିଲେ। ଏହାପରେ ଇରଫାନ ଲଗାତାର ସୋସିଆଲ ମିଡିଆରେ ନିଜ ଫ୍ୟାନଙ୍କ ସହ ନିଜ ସ୍ୱାସ୍ଥ୍ୟ ବାବଦରେ ସୂଚନା ଦେଉଥିଲେ।

Comment