ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଗୃହକୂ ମୁଲତବୀ ରଖାଯାଇଛି।

ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସବୁ ଦଳର ନେତା ଦେଇଛନ୍ତି ଶ୍ରଦ୍ଧାଞ୍ଜଳି।

“ବାଜପେୟୀଙ୍କ ଦେହାନ୍ତ ସାରା ଦେଶ ପାଇଁ ବଡ଼ କ୍ଷତି। କେବଳ ସାରା ଦେଶ ପାଇଁ ନୁହେଁ, ମୋ ପାଇଁ ବଡ଼ କ୍ଷତି”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ବିଧାନସଭାରେ ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧି, ସୋରୋର ପୂର୍ବତନ ବିଧାୟକ ଯଦୁନାଥ ଦାସ ମହାପାତ୍ର, ଯାଜପୁରର ପୂର୍ବତନ ବିଧାୟକ ସୂର୍ଯ୍ୟମଣୀ ଜେନା, ରାଉରକେଲାର ପୂର୍ବତନ ବିଧାୟକ ବ୍ରଜ କିଶୋର ମହାନ୍ତି, ମୁରଲିଧର କୁଅଁର, ଓଡ଼ିଶା ପୋଲିସର ପୂର୍ବତନ କନଷ୍ଟେବଳ ସଞ୍ଜୟ ମାଝିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବାଚସ୍ପତି ପ୍ରଦୀପ କୁମାର ଅମାତ୍, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ବାଜପେୟୀ ଏବଂ ଦିବଙ୍ଗତ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ବୁଧବାର ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।

ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୦ ଯାଏଁ ଚାଲିବ। ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ।

Comment