ଓଡ଼ିଶାଲାଇଭ୍ ବ୍ୟୁରୋ

ଘରେ ସୋରିଷକୁ ବିଭିନ୍ନ ପ୍ରକାର ଖାଦ୍ୟରେ ବ୍ୟବହାର କରାଯାଇଥାଏ। ହେଲେ ଏହା ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ସୋରିଷ ଭିତରେ ଲୁଚି ରହିଥିବା ଗୁଣ ସମ୍ପର୍କରେ।

ଶକ୍ତି ପ୍ରଦାନକାରୀ

ସୋରିଷରେ କପର, ଆଇରନ୍‌, ମ୍ୟାଗ୍ନେସିୟମ୍‌ ଏବଂ ସେଲେନିୟମ୍‌ ଭଳି ତତ୍ତ୍ୱ ଶରୀରକୁ ଶକ୍ତି ଯୋଗାଇଥାଏ।

ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ

ପ୍ରତିଦିନ ରାତିରେ ଗୋଟିଏ ଚାମଚ ସୋରିଷକୁ ଭିଜାଇ ସକାଳୁ ଏହାକୁ ବାଟି ମୁହଁରେ ଲଗାନ୍ତୁ। ୧୦ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଏପରି କରିବା ଫଳରେ ମୁଖରେ ଦେଖାଯାଉଥିବା ବ୍ରଣ, ବ୍ଲାକ୍‌ହେଡ୍ସ ଏବଂ ଅଏଲି ସ୍କିନର ଅସୁବିଧାକୁ ଦୂର କରିଥାଏ।

ଗଣ୍ଠି ସମସ୍ୟା ଦୂର କରେ

ସୋରିଷକୁ ଗୁଣ୍ଡକରି ଏଥିରେ କର୍ପୂର ମିଶାଇ ଗଣ୍ଠିରେ ମାଲିସ କଲେ ଆରାମ ମିଳିଥାଏ।

ଜ୍ୱରରୁ ଦିଏ ମୁକ୍ତି

ଅଧଚାମଚ ସୋରିଷକୁ ଗୁଣ୍ଡକରି ଗୋଟିଏ ଚାମଚ ମହୁରେ ମିଶାଇ ଖାଇଲେ ଜ୍ୱରରୁ ମୁକ୍ତି ମିଳେ।

ଦାନ୍ତ ସମସ୍ୟା ଦୂର କରେ

ସୋରିଷ ତେଲରେ ଲୁଣ ମିଶାଇ ଦାନ୍ତରେ ଘଷିଲେ ଦାନ୍ତ ବିନ୍ଧା ଦୂରହେବା ସହିତ ପାଇରିଆ ସମସ୍ୟା ମଧ୍ୟ ଦୂର ହୁଏ। ଏହାବ୍ୟତୀତ ଦାନ୍ତକୁ ଚକ୍‌ଚକ୍‌ କରିବାରେ ସାହାଯ୍ୟ କରିଥାଏ।

ଅଧକପାଳିରୁ ଦିଏ ମୁକ୍ତି

ସୋରିଷକୁ ବାଟି ମୁଣ୍ଡରେ ଲଗାଇଲେ ଅଧକପାଳିରୁ ମୁକ୍ତି ମିଳିଥାଏ। ଏହାଛଡ଼ା କେଶ ଝଡ଼ିବାକୁ ମଧ୍ୟ ଏହା ରୋକିଥାଏ।

ଯନ୍ତ୍ରଣାକୁ ଦୂର କରେ

୨ଚାମଚ ସୋରିଷକୁ ଏକ ସୂତା କପଡ଼ାରେ ବାନ୍ଧି ଯନ୍ତ୍ରଣା ହେଉଥିବା ସ୍ଥାନରେ କିଛି ସମୟ ରଖନ୍ତୁ। ଏହାଦ୍ୱାରା ବିନ୍ଧା ଏବଂ ଦରଜରୁ ମୁକ୍ତି ମିଳିଥାଏ। ୨ଚାମଚ ସୋରିଷକୁ ଭାଜି ସାରିବାପରେ ଏହାକୁ ବାଟି ପାଦ ଏବଂ ହାତରେ ମସାଜ କଲେ ହାର୍ଟ ସମସ୍ୟାରୁ ବି ମୁକ୍ତି ମିଳିଥାଏ।

Comment