ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୁପ୍ରିମକୋର୍ଟଙ୍କ ବଡ଼ ରାୟ
  • ଅପରାଧ  ନୁହେଁ ସମଲିଙ୍ଗୀ ସମ୍ପର୍କ
  • ସମ୍ମାନ ସହ ବଞ୍ଚିବାର ଅଧିକାର ମିଳିଲା
  • ସମଲିଙ୍ଗୀଙ୍କ ମଧ୍ୟରେ ଖୁସିର ବାତାବରଣ

ସମଲିଙ୍ଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ସେମାନଙ୍କର ସମ୍ପର୍କ ଅପରାଧ ନୁହେଁ ବୋଲି ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି। ଧାରା ୩୭୭ ଅନୁସାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ଗଣାଯିବ ନାହିଁ।

ଏହା ହେଉଛି ସୁପ୍ରିମକୋର୍ଟର ଐତିହାସିକ ରାୟ। ଏହାଛଡ଼ା ଏ ସମ୍ପର୍କିତ ପୁରୁଣା ଆଇନ ଠିକ୍ ନଥିଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସମଲିଙ୍ଗୀମାନଙ୍କୁ ମିଳିଲା ସମ୍ମାନର ସହ ବଞ୍ଚିବାର ଅଧିକାର।

ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠଙ୍କର ଏହା ହେଉଛି ରାୟ। ଏହି ଖବର ପ୍ରକାଶ ପାଇବା ପରେ ସମଲିଙ୍ଗୀଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି। ଆଜି ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ପ୍ରକାଶ କରିଛି।

 

Comment