ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ଘରେ ଅନେକ ପ୍ରକାରର ପକୋଡ଼ି ପ୍ରସ୍ତୁତ କରିଥିବେ। କିନ୍ତୁ କେବେ ମିଠାମକାରେ ପକୋଡ଼ି ପ୍ରସ୍ତୁତ କରିଛନ୍ତି କି? ଆସନ୍ତୁ ଜାଣିବା ଏହାକୁ କିପରି ଘରେ ପ୍ରସ୍ତୁତ କରିବା।

ଆବଶ୍ୟକୀୟ ସାମଗ୍ରୀ- ମିଠାମକା ୧ କପ୍‌, ସିଝା ଆଳୁ ୨ଟି, ଚିନାବାଦାମ ୨ଚାମଚ, ବେସନ ଅଧକପ୍‌, କଞ୍ଚାଲଙ୍କା ଅଧଚାମଚ, ଅଦା ୧ଚାମଚ, ଲେମ୍ବୁ ରସ ୧ଚାମଚ, କଟା ଧନିଆ ପତ୍ର ଅଧକପ୍‌, ଆବଶ୍ୟକ ଅନୁଯାୟୀ ଲୁଣ ଓ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମିଠାମକାରେ ଅଳ୍ପ ଲୁଣ ଦେଇ ଭଲଭାବରେ ସିଝାଇ ଦିଅନ୍ତୁ। ଏହାପରେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ସିଝା ହୋଇଥିବା ମିଠାମକା, ଚକଟା ଆଳୁ, ଚିନାବାଦାମ, ବେସନ, କଞ୍ଚାଲଙ୍କା, ଅଦା, ଲେମ୍ବୁ ରସ, ଧନିଆ ପତ୍ର ଏବଂ ସ୍ୱାଦ ଅନୁଯାୟୀ ଲୁଣକୁ ନେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଯଦି ଆବଶ୍ୟକ ପଡ଼େ ଅଳ୍ପ ପାଣି ମଧ୍ୟ ମିଶାଇ ପାରିବେ। ଏହାପରେ ଏହି ମିଶ୍ରଣକୁ ଛୋଟ ଛୋଟ ଗୁଳା କରନ୍ତୁ। ଏବେ କରେଇରେ ତେଲ ଗରମ କରି ଗୁଳାଗୁଡ଼ିକୁ ପକାଇ ସୁନେଲି ରଙ୍ଗ ହେବା ଯାଏଁ ଭାଜନ୍ତୁ। କିଛି ସମୟ ପରେ ପ୍ରସ୍ତୁତ  ହୋଇଯିବ ଆପଣଙ୍କର ସ୍ୱାଦିଷ୍ଟ ମିଠାମକା ପକୋଡ଼ି। ଏହାକୁ ଆପଣ ଯେକୌଣସି ସସ୍‌ କିମ୍ବା ଚଟଣି ସହିତ ପରଶି ପାରିବେ।

Comment