ମୟୁରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ

ମୟୂରଭଞ୍ଜ ଜିଲ୍ଲାରେ ଆଜି ଏକ ଅଭବନୀୟ ଘଟଣା ଘଟିଛି। ମୟୂରଭଞ୍ଜ ଜିଲ୍ଲାର ବାଂଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ଗୋହିରାପାଳ ଗ୍ରାମର ରତନ ସିଂ ନାମକ ଜଣେ ଯୁବକକୁ ଭାଲୁ ଅ।କ୍ରମଣ କରିଛି।

ଯାହାଫଳରେ ସେ ଗୁରୁତର ଭାବେ ଅ।ହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ରତନ ସିଂଙ୍କୁ ପ୍ରଥମେ ବାଂଗିରିପୋଷିସ୍ଥିତ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତାଙ୍କ ଅବସ୍ଥାରେ କିଛି ସୁଧାର ନ ଆସିବାରୁ ତାଙ୍କୁ ପରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି।

ପରିବାରବର୍ଗଙ୍କ କହିବାନୁସାରେ, ଅ।ଜି ସକାଳେ ସେ ନଦୀକୁ ମାଛ ମାରିବାକୁ ଯାଉଥିବା ବେଳେ ରାସ୍ତାରେ ତାକୁ ଭାଲୁ ଅ।କ୍ରମଣ କରିଥିଲା। ଏବେ ତାଙ୍କର ଅବସ୍ଥାରେ ସୁଧାର ଆସୁଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

Comment