ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମକ୍‌ଡି, ମକବୁଲ୍‌, ଓମ୍‌କରା ଓ କମିନେ ପରି ହିଟ୍ ଫିଲ୍ମର ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ଅପ୍‌କମିଂ ମୁଭି ‘ପଟାଖା’।

ପ୍ରଖ୍ୟାତ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ନୂଆ ସିନେମା ସେପ୍ଟେମ୍ବର ୨୮ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି। ଏହାର ଟ୍ରେଲର ଅଗଷ୍ଟ ୧୫ରେ ରିଲିଜ୍‌ ହୋଇସାରିଛି। ‘ପଟାଖା’ର ମୁଖ୍ୟ କଳାକାରମାନେ ହେଉଛନ୍ତି ସନୟା ମାଲହୋତ୍ରା, ରାଧିକା ମଦାନ୍, ସୁନୀଲ ଗ୍ରୋଭର୍ ଓ ବିଜୟ ରାଜ୍‌। ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ଅଜୟ କପୁର।

ଗୋବରରେ ସତସତିକା ଘଷି ପାରିଥିଲେ ଦୁଇ ନାୟିକା

‘ପଟାଖା’ ଫିଲ୍ମଟି ଦୁଇ ଭଉଣୀଙ୍କ ଉପରେ ଆଧାରିତ। ଏହି ସିନେମାରେ ଦୁଇ ନାୟିକା ସନାୟା ମାଲହୋତ୍ରା ଓ ରାଧିକା ମନ୍ଦାନ୍‌ ଦୁଇ ଭଉଣୀ ଭୂମିକାରେ ନଜର ଆସିଛନ୍ତି।ସନାୟା ମାଲହୋତ୍ରାଙ୍କୁ ଦର୍ଶକ ଅମୀର ଖାନ୍‌ଙ୍କ ବ୍ଲକବଷ୍ଟର ଫିଲ୍ମ ‘ଦଙ୍ଗଲ’ରେ ଦେଖିବାକୁ ପାଇଥିଲେ। ସେ ଏହି ସିନେମାରେ ଅଭିନୟ କରି ଶ୍ରେଷ୍ଠ ନବାଗତା ଭାବେ ପୁରସ୍କୃତ ହୋଇଥିଲେ।

ଅପରପକ୍ଷରେ ରାଧିକା ମନ୍ଦାନ୍‌ ହେଉଛନ୍ତି ଜଣେ ଲୋକପ୍ରିୟ ଟେଲି ତାରକା। ସେ ଏକତା କପୁରଙ୍କ ଟେଲି ଧାରାବାହିକ ‘ମେରି ଆଶିକି ତୁମ୍‌ ସେ ହି’ରେ ଫିମେଲ୍‌ ଲିଡ୍‌ରେ ନଜର ଆସିଥିଲେ। କଲର୍ସ ଚ୍ୟାନେଲରେ ପ୍ରସାରିତ ହୋଇଥିଲା ଏହି ସିରିଏଲ୍‌।

‘ପଟାଖା’ର କାହାଣୀ ଜଣାଶୁଣା ଲେଖକ ଚରଣ ସିଂହ ପାଥିକଙ୍କ କ୍ଷୁଦ୍ରଗଳ୍ପ ‘ଦୋ ବହିନେ’ ଉପରେ ଆଧାରିତ। ଏଥିରେ ବଡ଼ଭଉଣୀ ଭୂମିକାରେ ଅଛନ୍ତି ରାଧିକା ଓ ତାଙ୍କ ଅଭିନୀତ ଚରିତ୍ରଟି ହେଲା ବଡ୍‌କୀ। ଠିକ୍ ସେହିପରି ସନାୟା ଅଛନ୍ତି ସାନ ଭଉଣୀ ଚୁଟ୍‌କି ଭୂମିକାରେ। ଏ ଦୁହେଁ ବାହା ହେବା ଆଗରୁ ପ୍ରତିଟି କ୍ଷେତ୍ରରେ ଲଢ଼େଇ କରନ୍ତି। ଦୁହିଁଙ୍କ ମଧ୍ୟରେ ସବୁବେଳେ କଳି ହେଉଥିବାର ଦେଖିବାକୁ ମିଳେ।

ଏ ଦୁହେଁ ରାଜସ୍ଥାନର ଏକ  ଛୋଟିଆ ଗାଁରେ ରହନ୍ତି। କିନ୍ତୁ ବିବାହ ପରେ ସେ ଦୁଇ ଭଉଣୀ ଅନୁଭବ କରନ୍ତି ଯେ, ସେ ଦୁହେଁ ପରସ୍ପର ବିନା ବଞ୍ଚିପାରିବେ ନାହିଁ। ‘ପଟାଖା’ ଫିଲ୍ମର ଏକ ଦୃଶ୍ୟ ପାଇଁ ଉଭୟ ରାଧିକା ଓ ସନାୟା ଗୋବରରେ ଘଷି ପକାଇଥିଲେ। ଏହି ସିନ୍‌ର ସୁଟିଂ ଆଗରୁ ଉଭୟଙ୍କୁ ଅନେକ ସମୟ ଧରି ରିହର୍ସାଲ୍‌ କରିବାକୁ ପଡ଼ିଥିଲା।

ପ୍ରଥମେ ଥିଲା ‘ଚୁରିୟାଁ’, ପରେ ହେଲା ‘ପଟାଖା’

ବିଶାଲ ଭରଦ୍ୱାଜଙ୍କ ଏହି ଫିଲ୍ମର ଟାଇଟଲ୍‌ ପ୍ରଥମେ ରଖାଯାଇଥିଲା ‘ଚୁରିୟାଁ’। ହେଲେ ପରେ ଏହାର ଟାଇଟଲ୍‌ ବନ୍ଦନା ଯାଇ ରଖାଗଲା। ‘ପଟାଖା’ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ କହନ୍ତି ଯେ ଦର୍ଶକ ଏହାର ଟାଇଟଲ ଚୁରିୟାଁ ଓ ଚୁଡ଼ିୟାଁ’ ଭିତରେ ଛନ୍ଦି ହୋଇପାରନ୍ତି। ଏଣୁ ସେ ଏହାର ନାଁ ବଦଳାଇ ‘ପଟାଖା’ ରଖିଥିଲେ। ଯାହା କାହାଣୀକୁ ଅଧିକ ସଂଯୋଗ କରୁଛି।

ନାରଦ ମୁନି ହେଉଛନ୍ତି ସୁନୀଲ ଗ୍ରୋଭର୍

ନାରଦ ହେଉଛି କଳି ଭିଆଉଥିବା ବ୍ୟକ୍ତି। ‘ପଟାଖା’ରେ ଦୁଇ ଭଉଣୀଙ୍କ ଭିତରେ କଳି ଲଗାଇଥାନ୍ତି ଅଭିନେତା ସୁନୀଲ ଗ୍ରୋଭର୍। ତାଙ୍କ ଚରିତ୍ରରେ ଉନ୍ନତା ଅଛି। କେତେବେଳେ ସୁନୀଲଙ୍କୁ ସ୍କୁଲ ବାହାରେ କାକୁଡ଼ି ବିକୁଥିବାର ଦେଖିବାକୁ ମିଳିବ ତ ପୁଣି କେତେବେଳେ ସେ ବନିଛନ୍ତି ଶାଢ଼ି ବିକାଳି। ‘ପଟାଖା’ ଫିଲ୍ମ ଜରିଆରେ ଛୋଟ ପରଦାରେ ଡକ୍ଟର ଗୁଲାଟି ଓରଫ୍ ସୁନୀଲ ଗ୍ରୋଭର ପୁଣି ଚମକିବେ ବୋଲି ଆଶା କରାଯାଉଛି।

Comment