ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ଯୁବପିଢ଼ି ସେମାନଙ୍କର ଓଜନକୁ ନେଇ ବେଶ୍‌ ସଜାଗ। ସେଥିପାଇଁ ସେମାନେ ଟଙ୍କା ଖର୍ଚ୍ଚ କରି ମଧ୍ୟ ଜିମ୍‌ ଯିବା ପାଇଁ ପ୍ରସ୍ତୁତ। ହେଲେ ଆମେ କେତୋଟି ଘରୋଇ ଉପାୟକୁ ଅବଲମ୍ବନ କରି ଓଜନ ହ୍ରାସ କରିପାରିବା।

ମହୁ ଏବଂ ଡାଲଚିନି

ପ୍ରଥମେ ଏକ କପ୍‌ ପାଣିରେ ଡାଲଚିନିର ଛୋଟ ଖଣ୍ଡକୁ ପକାଇ ଭଲଭାବେ ଫୁଟାଇ ଦିଅନ୍ତୁ। ଏବେ ସେହି ପାଣିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ। ଏହାଦ୍ୱାରା ଶରୀରର ଏକ୍ସଟ୍ରା ଫ୍ୟାଟ୍‌ ସବୁ ବର୍ନ ହୋଇଯାଇଥାଏ।

ମହୁ ଏବଂ ଉଷୁମ ପାଣି

ଗୋଟିଏ ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ମହୁକୁ ମିଶାଇ ପିଅନ୍ତୁ। ଏହା ସାହାଯ୍ୟରେ ଶରୀରରୁ ଏକ୍ସଟ୍ରା ଫ୍ୟାଟ୍‌ ବର୍ନ ହେବା ସହିତ ପେଟର ଫ୍ୟାଟ୍‌ ମଧ୍ୟ କମିଥାଏ। ଏହାଛଡ଼ା ହଜମ ଶକ୍ତି ବୃଦ୍ଧି ଏବଂ କ୍ୟାଲୋରୀ କମାଇବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ।

ଏକ ଗ୍ଲାସ୍‌ କ୍ଷୀର ଏବଂ ମହୁ

ଗୋଟିଏ ଗ୍ଲାସ କ୍ଷୀରରେ ଏକ ଚାମଚ ମହୁକୁ ମିଶାଇ ପିଅନ୍ତୁ। ଏହାଦ୍ୱାରା ଶରୀର ମେଟାବଲିଜିମ୍‌ ବଢ଼ିବା ସହ ପେଟର ଚର୍ବି କମିଥାଏ।

ମହୁ ଏବଂ ରସୁଣ

ଏକ ଚାମଚ ମହୁରେ ରସୁଣର ୨-୩ଟି କୋଲକୁ ଭଲଭାବେ ବାଟି ଦିଅନ୍ତୁ। ଏହାପରେ ଏକ ଗ୍ଲାସ୍ ଉଷୁମପାଣିରେ ଏହାକୁ ମିଶାଇ ପିଅନ୍ତୁ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ପେଟର ଚର୍ବିକୁ କମାଇବାରେ ସାହାଯ୍ୟ କରିଥାଏ।

Comment