ଓଡ଼ିଶାଲାଇଭ୍ ବ୍ୟୁରୋ

ଚିକେନ୍‌ରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ପାଇଁ ସମସ୍ତଙ୍କୁ ବେଶ୍ ଭଲ ଲାଗେ। ବିଶେଷକରି ପ୍ରତ୍ୟେକ ଫାଷ୍ଟଫୁଡ୍ ଦୋକାନରେ ଗ୍ରାହକଙ୍କର ଭିଡ଼ ଜମିଥାଏ। ସେଥିପାଇଁ ତ ଘରେ କିଭଳି ପ୍ରସ୍ତୁତ କରିବା ଟେଷ୍ଟି କମଲି ଚିକେନ୍ ସେ ବିଷୟରେ ଆସନ୍ତୁ ଜାଣିବା।

ଆବଶ୍ୟକୀୟ ସାମଗ୍ରୀ – ୫୦୦ ଗ୍ରାମ୍‌ ବୋନ୍‌ଲେସ ଚିକେନ୍‌, ଅଧକପ୍‌ ମଇଦା, ୨ ଚାମଚ ବଟା ପିଆଜ, ୧ ଚାମଚ ବଟା ଅଦା, ୧ ଚାମଚ ବଟା ରସୁଣ, ୨ ଚାମଚ ଛେନା, ଅଧକପ୍‌ କ୍ଷୀର, ଅଳ୍ପ କଟା ଧନିଆପତ୍ର, ୧ ଚାମଚ ତେନ୍ତୁଳି ରସ, ୧ ଚାମଚ ହଳଦୀ, ବେକିଙ୍ଗ ସୋଢ଼ା ଓ ଆବଶ୍ୟକ ଅନୁଯାୟୀ ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ କରେଇରେ ଦୁଇ ଚାମଚ ତେଲକୁ ଗରମ କରନ୍ତୁ। ଏହାପରେ ସେଥିରେ ଚିକେନ୍‌, ହଳଦୀ ଓ ଲୁଣକୁ ପକାଇ ଲାଲ୍‌ ହେବାଯାଏଁ ଭାଜନ୍ତୁ। ଚିକେନ୍ ଭଲଭାବେ ଭାଜି ହୋଇ ଗଲାପରେ ଏହାକୁ ଏକ ପ୍ଲେଟ୍‌କୁ କାଢି ଦିଅନ୍ତୁ। ଏବେ ସେହି ଭଜା ଚିକେନ୍‌ରେ ବଟା ଅଦା, ବଟା ରସୁଣ, ବଟା ପିଆଜ, ମଇଦା, କ୍ଷୀର, ଛେନା, ବେକିଙ୍ଗ ସୋଢ଼ା ଏବଂ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ। ପୁନର୍ବାର ସେହି କରେଇରେ ଅଳ୍ପ ତେଲ ଗରମକରି ଚିକେନ୍‌ ପିସ୍‌ଗୁଡ଼ିକୁ କମ୍‌ ଆଞ୍ଚରେ ଫ୍ରାଏ କରନ୍ତୁ। ଏହାପରେ ଏଥିରେ ତେନ୍ତୁଳି ରସ ଓ ଧନିଆ ପତ୍ର ପକାଇ ଆଉ ୨ ମିନିଟ୍‌ ଯାଏଁ ରାନ୍ଧନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଟେଷ୍ଟି କମଲି ଚିକେନ୍‌।

Comment