ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଖୋଲିଲା ୱାଓ ମୋମୋର ଆଉଟଲେଟ୍। ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ନିକଟରେ ଏହି ଆଉଟ୍‌ଲେଟ୍ ଖୋଲିଛି। ୱାଓ ମୋମୋର ପ୍ରତିଷ୍ଠାତା ସାଗର ଦୟାନିଧି ଏହାକୁ ଉଦଘାଟନ କରିଛନ୍ତି।

୨୦୦୮ ମସିହାରୁ ୱାଓ ମୋମୋ କୋଲକାତାରୁ ଶୁଭାରମ୍ଭ ହୋଇଥିଲା। ଦୁଇ ଯୁବ ଉଦ୍ୟୋଗୀ ସାଗର ଦୟାନିଧି ଏବଂ ବିନୋଦ ହୋମଯାଇ ଏହାକୁ ଆରମ୍ଭ କରିଥିଲେ। ବର୍ତ୍ତମାନ ୧୨୦୦ରୁ ଅଧିକ କର୍ମଚାରୀ ଏହି କମ୍ପାନିରେ କାମ କରୁଛନ୍ତି।

ଏହି ଆଉଟ୍‌ଲେଟ୍‌ରେ ୧୨ରୁ ଅଧିକ ପ୍ରକାରରେ ମୋମୋ ଉପଲବ୍ଧ ହେଉଛି। ଯଥା ଷ୍ଟିମ୍, ଫ୍ରାଇଡ୍, ପ୍ୟାନ୍ ଫ୍ରାଇଡ୍, ତନ୍ଦୁରୀ ମୋମୋ, ବେକ୍ ମୋମୋ, ସିଜର ମୋମୋ, ମୋମୋ ବର୍ଗର ଚକୋଲେଟ୍, ମୋମୋ ଇଦୟଦି ଆଦି ମିଳୁଛି।

ଆଗାମୀ ୭ ବର୍ଷ ମଧ୍ୟରେ  ଦେଶରେ ୫୦ରୁ ଅଧିକ ସହରେରେ ୱାଓ ମୋମୋ ଆଉଟଲେଟ୍ ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Comment