ଓଡ଼ିଶାଲାଇଭ ବ୍ୟୁରୋ

ଘରକୁ ଆସୁଥିବା ଅତିଥିଙ୍କୁ ଆପଣ ନିଜେ ପନିର୍ ପଲାଉ ତିଆରି କରି ଦେବାକୁ ଚାହୁଁଛନ୍ତି କି! ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ…

ଆବଶ୍ୟକୀୟ ସାମଗ୍ରୀ – ୨୫୦ଗ୍ରାମ୍‌ ପନିର୍‌, ୨କପ୍‌ ବାସୁମତି ଚାଉଳ (ଭଲଭାବେ ଧୋଇ ଅଧଘଣ୍ଟା ପାଣିରେ ବତୁରା ଯାଇଥିବା), ଏକକପ୍‌ ପାଣି, ୨ଚାମଚ ପିଆଜ ଓ ରସୁଣ ପେଷ୍ଟ, ରସୁଣ ୬ଟି ପାଖୁଡ଼ା, ଅଳେଇଚ ୫ଟି, ଗୋଲମରିଚ ୫ଟି, ତେଜପତ୍ର ୨ଟି, ୧ଚାମଚ ଲଙ୍କାଗୁଣ୍ଡ, କଟା ଟମାଟୋ ୧ଟି (ଚୁନ୍‌ ଚୁନ୍‌ କଟା ହୋଇଥିବା), ଡାଲଚିନି ୧ଖଣ୍ଡ, ଜିରା ୧/୨ଚାମଚ, ସ୍ୱାଦ ଅନୁଯାୟୀ ଲୁଣ, ରିଫାଇନ୍‌ ତେଲ ୧ଚାମଚ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପନିର୍‌କୁ ସମାନ ଆକାରରେ କାଟି ଦିଅନ୍ତୁ। ଏବେ କରେଇରେ ତେଲ ଗରମକରି ପିଆଜ ଓ ରସୁଣ ପେଷ୍ଟକୁ ପକାଇ ଭଲ ଭାବରେ କଷନ୍ତୁ। ପରେ ଟମାଟୋ, ଲଙ୍କା, ପନିର୍‌ ଏବଂ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ। ପନିର୍‌ ଭାଜି ଗଲାପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପୁଣିଥରେ କରେଇରେ ଅଳ୍ପ ତେଲ ଗରମକରି ସେଥିରେ କଟା ପିଆଜ, ମସଲା ପେଷ୍ଟ ଦେଇ ଭଳଭାବେ କଷନ୍ତୁ। ଏବେ ସେଥିରେ ଚାଉଳ ପକାଇ ଦିଅନ୍ତୁ। ଏହାକୁ ଅଳ୍ପ ଭାଜି ସେଥିରେ ୩କପ୍‌ ପାଣି ଦିଅନ୍ତୁ। ଚାଉଳ ସିଝି ଆସିଲେ ସେଥିରେ ମସଲାଦିଆ ପନିର୍‌ ଭଜାକୁ ଭଲ ଭାବରେ ଗୋଳେଇ ପାଖାପାଖି ୨ ମିନିଟ୍‌ ପାଇଁ କମ୍‌ ଆଞ୍ଚରେ ରାନ୍ଧନ୍ତୁ। ଏହାପରେ ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଉପରେ ପିଆଜଭଜାକୁ ପକାଇ ଗରମାଗରମ ଖାଇବାକୁ ଦିଅନ୍ତୁ।

Comment