ଓଡ଼ିଶାଲାଇଭ୍ ବ୍ୟୁରୋ

 

ଶରୀରରେ ପ୍ରୋଟିନ ମାତ୍ରା କମିଲେ, କେଉଁ ସବୁ ସମସ୍ୟା ଦେଖାଯାଏ ଏବଂ ଏହାର ପ୍ରତିକାର ବିଷୟରେ ଆସନ୍ତୁ ଜାଣିବା…

ସମସ୍ୟା

  • ଶରୀରରେ ପ୍ରୋଟିନର ମାତ୍ରା କମିଲେ ଚର୍ମରେ ନାଲି ଦାଗ ହୋଇଯାଏ।
  • ଯଦି ଆପଣଙ୍କର କେଶ ପତଳା ହେବା, ପାଚିବା କିମ୍ବା ଝଡ଼ିବା ଭଳି ସମସ୍ୟା ଦେଖାଦିଏ, ତେବେ ଆପଣଙ୍କ ଶରୀରରେ ପ୍ରୋଟିନର ଅଭାବ ରହିଛି ବୋଲି ଜାଣିବେ।
  • ଏହାଛଡ଼ା ଶରୀରରେ ପ୍ରୋଟିନର ଅଭାବ ଦେଖାଗଲେ ନଖ ମଧ୍ୟ ଭାଙ୍ଗିଯାଏ।
  • ଯଦି ଶରୀରର କୌଣସି ଅଙ୍ଗ ଅନ୍ୟ ଅଙ୍ଗ ତୁଳନାରେ ଫୁଲିଯାଉଛି, ତେବେ ଜାଣିବେ ଆପଣ ଶରୀରରେ ପ୍ରୋଟିନ ମାତ୍ରା କମ୍ ରହିଛି। ଏହାକୁ ଅବହେଳା ନକରି ତୁରନ୍ତ ଚିକିତ୍ସା କରାନ୍ତୁ।
  • ଶରୀରରେ ପ୍ରୋଟିନର ଅଭାବ ଦେଖାଗଲେ ଏହାର ପ୍ରଭାବ ବେଶୀ ଅସ୍ଥି ଉପରେ ପଡ଼େ। ଯାହାଫଳରେ ଅସ୍ଥି ଦୁର୍ବଳ ହୋଇଯାଏ।
  • ପ୍ରୋଟିନର ମାତ୍ରା ଶରୀରେ କମିଲେ ବାରମ୍ବାର ଭୋକ ଲାଗିଥାଏ। ଯାହାଫଳରେ ଆମର ମାଂସପେଶୀ ଉପରେ ଅନେକ ପ୍ରଭାବ ପକାଇଥାଏ।

ପ୍ରତିକାର

  • ଅଣ୍ଡାରେ ପ୍ରଚୁର ପରିମାଣର ଭିଟାମିନ, ମିନେରାଲ, ଆଣ୍ଟିଅକ୍ସିଡାଣ୍ଟ ଭଳି ପୋଷକ ତତ୍ତ୍ୱ ରହିଥାଏ। ବିଶେଷକରି ଅଣ୍ଡାର ଧଳା ଅଂଶରେ ପ୍ରୋଟିନ ମାତ୍ରା ଅଧିକ ଥାଏ। ଗୋଟିଏ ଅଣ୍ଡାରେ ପାଖାପାଖି ୬ ଗ୍ରାମ୍ ପ୍ରୋଟିନ ରହିଥାଏ। ସେଥିପାଇଁ ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ଖାଆନ୍ତୁ।
  • ଆଲମଣ୍ଡରେ ଭିଟାମିନ ଇ, ମ୍ୟାଗ୍ନେସିୟମ ଏବଂ ଫାଇବରର ମାତ୍ରା ଅଧିକ ଥାଏ। ଗୋଟିଏ ଆଲମଣ୍ଡରେ ପ୍ରାୟ ୧୩ ପ୍ରତିଶତ ପ୍ରୋଟିନ ରହିଛି। ଯାହା ଶରୀର ପାଇଁ ବେଶ୍ ଲାଭଦାୟକ ହେବାସହ ପ୍ରୋଟିନ ଯୋଗାଏ।
  • କ୍ଷୀରରେ ମଧ୍ୟ ପ୍ରଚୁର ପରିମାଣର ପ୍ରୋଟିନ ରହିଥାଏ। ଏକ ଗ୍ଲାସ୍ କ୍ଷୀରରୁ ଆମକୁ ୮ ଗ୍ରାମ୍ ପ୍ରୋଟିନ ମିଳିଥାଏ। ସେଥିପାଇଁ ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଅନ୍ତୁ।
  • ଯେଉଁମାନେ ପ୍ରତିଦିନ ଜିମ୍ ଯାଉଛନ୍ତି, ସେମାନଙ୍କୁ ପ୍ରଚୁର ମାତ୍ରରେ କ୍ଷୀର, ଅଣ୍ଡା ଓ ମାଂସ ଆଦି ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଏହାଛଡ଼ା ଯେଉଁ ବ୍ୟକ୍ତିମାନେ ଶାକାହାରୀ ଖାଦ୍ୟ ଖାଆନ୍ତି, ସେମାନଙ୍କୁ ପ୍ରଚୁର ମାତ୍ରାରେ ତନ୍ତୁ ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଏସବୁ ଖାଦ୍ୟ ଶରୀରକୁ ପ୍ରୋଟିନ ଯୋଗାଇବା ସହ ମାଂସପେଶୀକୁ ମଧ୍ୟ ସବଳ କରିବାରେ ସାହାଯ୍ୟ କରିଥାଏ।

Comment