ମୟୁରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ

ମୟୂରଭଞ୍ଜ ଜିଲ୍ଲାର ୧୮ ନ° ଜାତୀୟ ରାଜପଥର ନଛିପୁରିଆଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ସକାଳ ୧୦ଟାରେ ଘଟିଥିଲା।

ଭୁବନେଶ୍ୱରରୁ ବାରିପଦା ଯାଉଥିବା ‘ମହାପାତ୍ର’ ନାମକ ଯାତ୍ରୀବାହୀ ବସ୍‌ ( ଓଡି ୨୨ ଏଚ୍- ୩୭୭୨) ସହିତ ଓଡି ୦୨ ଏଟି-୩୭୯୦ ସ୍କର୍ପିଓର ଧକ୍କା ହୋଇଥିଲା। ଏହି ସମୟରେ ବାଲେଶ୍ଵରରୁ ବାରିପଦା ଯାଉଥିଲେ ଦୁଇ ମେଡ଼ିସିନ ରିପ୍ରେଜେଣ୍ଟିଭଙ୍କ ବାଇକ୍ ଉପରେ ଚଢ଼ିଯାଇ ଥିଲା ଏହି ବସ୍‌। ହେଲେ ଏହି ସଡ଼କ ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନାହିଁ।

ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଅପରଜିତ୍ ମହାପାତ୍ର, ସୋମେନ୍ଦ୍ର ପରିଡ଼ା ଏବଂ ସ୍କର୍ପିଓ ଚାଳକ ବାବୁଲୁ ମାଝି, ବାଙ୍ଗିରିପୋଷି ଓ ଝାରପୋଖରିଆ ସାରିଙ୍ଗିଡ଼ିହିର ସତ୍ୟବ୍ରତ ନାଏକ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ବୈଶିଙ୍ଗା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ପଠାଯାଇଥିଲା।

 

ଏହାପରେ ତାଙ୍କୁ ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଛି। ବସ୍‌ରେ ଯାତ୍ରା କରୁଥିବା ଯାତ୍ରାମାନଙ୍କର କୌଣସି କ୍ଷତି ହୋଇନାହିଁ ବୋଲି ତଦନ୍ତକାରୀ ପୋଲିସ ଉଲ୍ଲେଖ କରିଛନ୍ତି। ଏହି ଦୁର୍ଘଟଣାର ତଦନ୍ତ ବୈଶିଗା ପୋଲିସ କରୁଛି।

LEAVE A REPLY

Please enter your comment!
Please enter your name here