ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସଞ୍ଜୟ ଦତ୍ତ – ପୂଜା ଭଟ୍ଟ ଷ୍ଟାରର ମୁଭି ‘ସଡ଼କ’ର ସିକ୍ୱେଲ ନିର୍ମିତ ହେବା ଥୟ। ଏହି ସିନେମା ‘ସଡ଼କ-୨’ ସମ୍ପର୍କରେ ଏସବୁ କଥା ଆପଣ ଜାଣନ୍ତି କି?

୧୯୯୧ ମସିହାରେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କର ଏକ ସୁପରହିଟ୍ ମୁଭି ରିଲିଜ୍ ହୋଇଥିଲା, ଯାହାର ଟାଇଟଲ୍‌ ଥିଲା ‘ସଡକ’। ଏହାର ଲେଖକ ଥିଲେ ରବିନ ଭଟ୍ଟ। ମୁକେଶ ଭଟ୍ଟଙ୍କ ପ୍ରଯୋଜିତ ‘ସଡ଼କ’ରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଦୀପକ ତିଜୋରି, ସଦାଶିବ ଅମ୍ରପୁରକର, ଅବତାର ଗିଲ୍ ଓ ନୀଳିମା ଅଜିମ୍ ପ୍ରମୁଖ ଅଭିନୟ କରିଥିଲେ।

କେବେ ଆସିବ ‘ସଡ଼କ-୨’:- ପ୍ରାପ୍ତ ସୂଚନା ଅନୁଯାୟୀ, ନିର୍ମାତା ମୁକେଶ ଭଟ୍ଟ ‘ସଡ଼କ-୨’ର ରିଲିଜ୍ ତାରିଖ ମଧ୍ୟ ଇତିମଧ୍ୟରେ ଘୋଷଣା କରିସାରିଲେଣି। ହଁ, ଏହି ଫିଲ୍ମ ୨୦୧୯ ନଭେମ୍ବର ୧୫ ତାରିଖରେ ମୁକ୍ତିଲାଭ କରିବ।

ସଡ଼କ ବିଶେଷ କଥା

‘ସଡ଼କ’ର କାହାଣୀ ୧୯୭୬ରେ ମୁକ୍ତିଲାଭ କରିଥିବା ଆମେରିକୀୟ ସିନେମା ‘ଟାକ୍ସି ଡ୍ରାଇଭର’ ଦ୍ୱାରା ପ୍ରେରିତ ବୋଲି କୁହାଯାଏ। ‘ସଡ଼କ’ ସୁପରହିଟ୍ ହେବା ପରେ ଏହାକୁ ତାମିଲ ଭାଷାରେ ତିଆରି କରାଯାଇଥିଲା, ଯେଉଁଥିରେ ପ୍ରଶାନ୍ତ, ଦେବ୍ୟାନୀ ଓ ପ୍ରକାଶ ରାଜ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ନିର୍ଦ୍ଦେଶନା ଦେଇଥିଲେ ବସନ୍ତ।

ସଡ଼କ କିଛି କଥା

କୁହାଯାଉଛି ଯେ, ‘ସଡ଼କ-୨’ରେ ‘ସଡ଼କ’ର ଦୁଇଟି ଗୀତ ପୂର୍ବଭଳି ରହିବ। ଏହାର ରିମିକ୍ସ ଭର୍ସନ ରହିବ କି ଓରିଜିନାଲ୍ ଟ୍ରାକ୍ ରହିବ, ତାହା ଅବଶ୍ୟ ଜଣାପଡ଼ିନାହିଁ। ଏଣେ ଏଥିରେ କିଏ ଖଳନାୟକ ଭୂମିକା ନିଭାଇବେ, ତାକୁ ନେଇ ସସ୍‌ପେନ୍‌ସ ଜାରି ରହିଛି। କାରଣ ‘ସଡ଼କ’ର ଖଳନାୟକ ସଦାଶିବ ଅମ୍ରପୁରକର ଆଉ ଇହଜଗତରେ ନାହାନ୍ତି।

ଜାଣନ୍ତୁସଡ଼କ କାହାଣୀ କେଉଁଠୁ ଆରମ୍ଭ ହୋଇଛି

ବଲିଉଡର ଏକ ସୁପରହିଟ୍ ଫିଲ୍ମ ହେଲା ‘ସଡ଼କ’। ଏହା ୧୯୯୧ରେ ରିଲିଜ୍ ହୋଇଥିଲା। ଏଥିରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ ଓ ସଦାଶିବ ଅମ୍ରପୁରକର ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ। ଏବେ ‘ସଡ଼କ’ର ସିକ୍ୱେଲ ‘ସଡ଼କ-୨’ର ନିର୍ମାଣ କାମ ଆରମ୍ଭ୍ ହୋଇଯାଇଛି। ଏହାର ନିର୍ମାଣ କରୁଛନ୍ତି ନିର୍ମାତ୍ରୀ ପୂଜା ଭଟ୍ଟ।

ଏଥିରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ ପୂର୍ବଭଳି ଅଭିନୟ କରିବେ। ତେବେ ଏହାର ଷ୍ଟାରକାଷ୍ଟରେ ଆଲିଆ ଭଟ୍ଟ ବି ସାମିଲ୍ ହୋଇଛନ୍ତି। ତେଣେ ଚର୍ଚ୍ଚା ହେଉଛି ଯେ, ଏହି ସିନେମାରେ ଆଲିଆଙ୍କ ବିପକ୍ଷରେ ସୁଶାନ୍ତ ସିଂହ ରାଜପୁତ ନଜର ଆସିବେ। ଏଥିରେ ସୁଶାନ୍ତ ସବୁଜ ସଙ୍କେତ ଦେଇଥିବା କୁହାଯାଏ।

‘ସଡ଼କ’ର କଥାବସ୍ତୁ ଜଣେ ଡ୍ରଗ୍‌ସ ସେବନକାରୀ ନିଶାସକ୍ତ ଯୁବକ ଏକ ଦେହଜୀବୀର ପ୍ରେମରେ ପଡ଼ୁଛି ଓ କିପରି ସମାଜର ସାମ୍ନା କରୁଛି, ତାହା ଉପରେ ଆଧାରିତ ଥିଲା। ‘ସଡ଼କ-୨’ର କାହାଣୀ ସେହିଠାରୁ ଆରମ୍ଭ ହେଉଛି, ଯେଉଁଠାରେ ‘ସଡ଼କ’ର କାହାଣୀ ସରିଥିଲା।

‘ସଡ଼କ-୨’ରେ ଆଲିଆ ଭଟ୍ଟ ଏଭଳି ଜଣେ ଯୁବତୀ ଭୂମିକାରେ ଅଭିନୟ କରିବେ, ଯିଏ କି ନିଶାସକ୍ତ ସଞ୍ଜୟ ଦତ୍ତଙ୍କୁ ଜୀବିତ ରହିବାରେ ସହାୟତା କରୁଛି। ‘ସଡ଼କ-୨’ ଆଗାମୀ ବର୍ଷ ନଭେମ୍ବର ମାସରେ ମୁକ୍ତିଲାଭ କରିବ। ଏହା ଏକ ଖୁବ୍ ସମ୍ବେଦନଶୀଳ ସିନେମା ହେବ ବୋଲି ସଞ୍ଜୟ ଦତ୍ତ କହିଛନ୍ତି।

Comment