ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ଆପଣ ସିମେଇ ପୁଡ଼ିଂର ମଜା ଘରେ ଉଠାଇବାକୁ ଚାହାଁନ୍ତି, ତେବେ ଜାଣି ରଖନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ?

ଆବଶ୍ୟକୀୟ ସାମଗ୍ରୀ – ସିମେଇ ୫୦ ଗ୍ରାମ୍, କ୍ଷୀର ୨ କପ୍, ବଟର ୨ ଚାମଚ, ଭାନିଲା ଏସେନ୍ସ ୧ ଚାମଚ,  ମଲାଇ ୨୦୦ ଗ୍ରାମ୍, କାଜୁ ଓ କିସ୍‌ମିସ୍  ୧୦ଟା, ଚିନି ୫୦ ଗ୍ରାମ୍ ଓ ଲୁଣ ସ୍ୱାଦ ଅନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଲାଇକୁ ଭଲ ଭାବେ ପେଣ୍ଟି ଦିଅନ୍ତୁ। ଏବେ ସେଥିରେ କ୍ଷୀର, ଚିନି ଓ ବଟର ପକାଇ ଆଉଥିରେ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସିମେଇକୁ କରେଇରେ ଅଳ୍ପ ଆଞ୍ଚରେ ଭାଜି ଦିଅନ୍ତୁ। ମଲାଇ ମିଶ୍ରଣରେ ସିମେଇ, ଭାନିଲା ଏସେନ୍ସ, କାଜୁ, କିସ୍‌ମିସ୍ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ।

ପୁଡ଼ିଂ ପାତ୍ରରେ ଅଳ୍ପ ଘିଅ ଦେଇ ଚିନିକୁ ଲାଲ୍ କରି ଦିଅନ୍ତିୁ। ଏବେ ସେଥିରେ ଉକ୍ତ ସିମେଇ ମିଶ୍ରଣକୁ ଢ଼ାଳି ଦିଅନ୍ତୁ। ପ୍ରେସର କୁକୁରରେ ଅଳ୍ପ ପାଣି ଦେଇ ପୁଡ଼ିଂ ପାତ୍ରଟିକୁ କିଛି ସମୟ ଷ୍ଟିମ୍ କରନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗରମାଗରମ ସିମେଇ ପୁଡ଼ିଂ।

Comment