ଓଡ଼ିଶାଲାଇଭ୍ ବ୍ୟୁରୋ

ପଣ୍ତିତ ଲାକୋ ବାଦ୍ରାଙ୍କ ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମନ୍ତ୍ରୀ ରମେଶ ମାଝି।

ମୟୂରଭଞ୍ଜ ଜିଲ୍ଲାର କୁଷୁମୀ ବ୍କକ ଅନ୍ତର୍ଗତ ବାଦାମପାହାଡ଼ଠାରେ ୱାରାଞ୍ଚିତି ଲିପିର ସ୍ରଷ୍ଠା ଅଲଗୁରୁ ଲାକୋ ବାଦ୍ରାଙ୍କ ୧୦୦ତମ ଜନ୍ମବାର୍ଷିକୀ ଗତକାଲି ପାଳନ କରାଯାଇଥିଲା। ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅ।ଦିବାସୀ ହରିଜନ ସଂଖ୍ୟାଲଘୁ ଏବଂ ପଛୁଅ।ବର୍ଗ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ସେ ପଣ୍ଡିତ ଲାକୋ ବାଦ୍ରାଙ୍କ ଏକ ପୂର୍ଣାବୟବ ପ୍ରତିମୂର୍ତ୍ତିୀର ଉନ୍ମୋଚନ କରିଥିଲେ।

ଏହାସହିତ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ପ୍ରକାଶ କରିଥିଲେ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟବକ୍ତା, ବିଜୁଜନତା ଦଳ ଅ।ଦିବାସୀ ସେଲର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଯଶିପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଯଶୋବନ୍ତ ସିଂ ଲାଗୁରୀ ଏବଂ ମୟୂରଭଞ୍ଜ ବିକାଶ ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗ ଦେବାସହ ପଣ୍ଡିତ ଲାକୋ ବାଦ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଜିଲ୍ଲାର କପ୍ତିପଦା, ବାଦାମପାହାଡ଼, ବହଳଦା ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭୁବନେଶ୍ଵର ଫେରିଯାଇଥିଲେ।

Comment