ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତୁ ଜାଣିବା ବରଫର ଉପକାରୀ ଗୁଣ ବିଷୟରେ…

  • ମେକଅପ୍ କରିବା ପୂର୍ବରୁ ବରଫକୁ ନିଜ ମୁହଁରେ ୫ମିନିଟ ଯାଏଁ ମାଲିସ କରନ୍ତୁ। ଏପରି କରିବା ଫଳରେ ମେକଅପ୍ ଅଧିକ ସମୟ ରହିଥାଏ।
  • ବଦ୍‌ହଜମୀ ଜନିତ ସମସ୍ୟା ଦେଖାଦେଲେ ଖାଇବା ପରେ ଖଣ୍ଡେ ବରଫ ଖାଆନ୍ତୁ। ଖାଦ୍ୟ ଶୀଘ୍ର ହଜମ ହୋଇଯିବ।
  • ଯଦି ମୁଣ୍ଡବିନ୍ଧା ଜନିତ ସମସ୍ୟା ଭୋଗୁଥାନ୍ତି, ତେବେ ମୁଣ୍ଡରେ ଖଣ୍ଡେ ବରଫ ରଖନ୍ତୁ। ଏହାଦ୍ୱାରା ମୁଣ୍ଡ ବିନ୍ଧା କମ୍ ହୋଇଥାଏ।
  • ଶରୀରର କୌଣସି ସ୍ଥାନରୁ ଖଣ୍ଡିଆ ହୋଇ ରକ୍ତସ୍ରାବ ହେଉଥାଏ, ତେବେ ବରଫ ଲଗାନ୍ତୁ। ଏପରି କରିବା ଫଳରେ ରକ୍ତ ବୋହିବା କମିଯିଏ।
  • ବାନ୍ତି ଜନିତ ସମସ୍ୟା ଦେଖା ଦେଉଥିଲେ ଖଣ୍ଡ ବରଫକୁ ପାଟିରେ ରଖି ଧୀରେ ଧୀରେ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିବ।
  • ଅନେକ ଲୋକଙ୍କର ଗୋଇଠି ଫାଟିବା ଭଳି ସମସ୍ୟା ଦେଖା ଦେଇଥାଏ। ଯାହା ଖୁବ୍ ଦରଜ ହୋଇଥାଏ। ଏଥିରୁ ମୁକ୍ତି ପାଇବାକୁ ହେଲେ ଉକ୍ତ ସ୍ଥାନରେ ଖଣ୍ଡେ ବରଫ ମାଲିସ କରନ୍ତୁ।

Comment