ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ବିଶାଖାପାଟଣାର ଦୁଇ ବିଧାୟକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ତିନି ଜଣ ସନ୍ଦିଗ୍ଧ ମାଓବାଦୀଙ୍କ ଫଟୋ ଜାରି କରିଛି ପୋଲିସ। ୩ ହାଡ୍‌କୋର ମାଓବାଦୀଙ୍କ ଫଟୋ ଜାରି କରାଯାଇଛି। ସେମାନେ ହେଲେ ଜମୁଲା ଶ୍ରୀନୁ ବାବୁ ଓରଫ୍ ସୁନିଲ, କମେଶ୍ୱରୀ ଓରଫ୍ ସ୍ୱରୂପା, ଭେଙ୍କେଟ ରବି ଓରଫ୍ ଅରୁଣା।

ଗତ ରବିବାର ଦିନ ବିଶାଖାପାଟଣା ଜିଲ୍ଲାରେ ଟିଡିପି ବିଧାୟକ କିଦରୀ ସର୍ବେଶ୍ୱର ଏବଂ ପୂର୍ବତନ ବିଧାୟକ ସିବେରୀ ସୋମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ହତ୍ୟାକାଣ୍ଡ ପଛରେ ମାଓବାଦୀଙ୍କ ହାତ ରହିଥିବା କୁହାଯାଇଥିଲା। ମାଓବାଦୀଙ୍କ ଏହି ବର୍ବର କାଣ୍ଡକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିନ୍ଦା କରିଥିଲେ।

Comment