ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ବିଖ୍ୟାତ ଚକ୍ଷୁ ଡାକ୍ତର ଗୋବିନ୍ଦପ୍ପା ଭେଙ୍କଟସ୍ୱାମୀଙ୍କର ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ  ଗୁଗୁଲ୍- ଡୁଡୁଲ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛି।

ସୋମବାର ବିଖ୍ୟାତ ଚକ୍ଷୁ ଡାକ୍ତର ଗୋବିନ୍ଦପ୍ପା ଭେଙ୍କଟସ୍ୱାମୀଙ୍କର ୧୦୦ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ୍ ଏକ ଶାନଦାର ଡୁଡୁଲ୍ ତିଆରି କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।

ଡାକ୍ତର ଭେଙ୍କଟସ୍ୱାମୀ ୧ ଅକ୍ଟୋବର ୧୯୧୮ରେ ତାମିଲନାଡୁର ୱଡାମଲପୁରମ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ପ୍ରସିଦ୍ଧ ଚକ୍ଷୁ ଡାକ୍ତର ଭାବେ ବେଶ୍ ଜଣାଶୁଣା।

ଏହାବ୍ୟତୀତ ସେ ତାଙ୍କର ପୂରା ଜୀବନକୁ ଦୃଷ୍ଟିହୀନ ଲୋକଙ୍କର ସେବାରେ ସମର୍ପିତ କରିଦେଇଥିଲେ। ଏଥିସହ ଡାକ୍ତର ଭେଙ୍କଟସ୍ୱାମୀ ‘ଅରବିନ୍ଦ ଆଇ ହସ୍ପିଟାଲ’ର ସ୍ଥାପନା ମଧ୍ୟ କରିଥିଲେ। ଏହି ହସ୍ପିଟାଲରେ ବହୁତ କମ୍ ଖର୍ଚ୍ଚରେ ରୋଗୀଙ୍କର ଚିକିତ୍ସା ହେବାସହ ଏଥିରେ ମୋଟ୍ ୩୬୦୦ଟି ଶଯ୍ୟା ରହିଛି।

ଏହାଛଡ଼ା ଏହି ହସ୍ପିଟାଲରେ ପ୍ରତିବର୍ଷ ପାଖାପାଖି ୨ ଲକ୍ଷରୁ ଅଧିକ ଲୋକଙ୍କର ସର୍ଜରୀ କରାଯାଇଥାଏ। ଡାକ୍ତର ଭେଙ୍କଟସ୍ୱାମୀ ତାଙ୍କ ଜୀବନକାଳରେ ୧ଲକ୍ଷରୁ ଅଧିକ ସର୍ଜରୀ କରିଛନ୍ତି।

୧୯୭୩ରେ ଭାରତ ସରକାର ତରଫରୁ ଡାକ୍ତର ଭେଙ୍କଟସ୍ୱାମୀଙ୍କୁ ରାଷ୍ଟ୍ରହିତ ପାଇଁ କରାଯାଇଥିବା କାର୍ଯ୍ୟ ପାଇଁ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନୀତ କରାଯାଇଥିଲା।

ସେ ୭ ଜୁଲାଇ ୨୦୦୬ରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା।

Comment