ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ଉଭୟ ବଲିଉଡ ଓ ଓଲିଉଡରେ ଏମିତି ଦୁଇ ନାୟିକାଙ୍କୁ ଦେଖିବାକୁ ମିଳିଥିଲା, ଯେଉଁମାନେ ବଲିଉଡରେ ଚର୍ଚ୍ଚାରେ ରହୁଥିବା ବେଳେ ଓଲିଉଡରେ ଏକଦମ୍ ଫିକା।

ବଲିଉଡରେ କାମ କରିଥିବା କେତେକ ଅଭିନେତ୍ରୀଙ୍କୁ ଓଲିଉଡରେ ବି ଦର୍ଶକ ନାୟିକା ଭୂମିକାରେ ଦେଖିବାକୁ ପାଇଛନ୍ତି। ଏହି କ୍ରମରେ ଏମିତି ଦୁଇ ଜଣଙ୍କ ନାଆଁ କେବଳ ହଟ୍ ସିନ୍ ପାଇଁ ଚର୍ଚ୍ଚାରେ ଥିଲା ବଲିଉଡରେ। ହେଲେ ଏ ଦୁଇ ନାୟିକା ଓଡ଼ିଆ ସିନେମାରେ ଏକଦମ୍‌ ସଫାସୁତୁରା ଭୂମିକାରେ ଅଭିନୟ କରିଥିଲେ। ଏହି ଦୁଇ ନାୟିକା ହେଲେ ବିବିତା ବାଗ୍‌ ଓ ଅନ୍ତରା ବିଶ୍ୱାସ ଓରଫ୍‌ ମୋନାଲିସା। ଆସନ୍ତୁ ଏ ଦୁହିଁଙ୍କ ସମ୍ପର୍କରେ ଅଧିକ ଜାଣିବା…

 

ଅନ୍ତରା ବିଶ୍ୱାସ ଓରଫ ମୋନାଲିସା

ଓଲିଉଡରେ ‘ଜୟଶ୍ରୀରାମ’ ଟାଇଟଲରେ ଏକ  ଓଡ଼ିଆ ସିନେମା ମୁକ୍ତିଲାଭ କରିଥିଲା। ଏହାର ପ୍ରଯୋଜକ ଥିଲେ ମାନସ ବେହେରା ଓ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ। ଏହି ଓଡ଼ିଆ ସିନେମାରେ ଦର୍ଶକ ବବି ମିଶ୍ରଙ୍କୁ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ। ଏଥିରେ ବବିଙ୍କ ଅପୋଜିଟ୍‌ରେ ଜଣେ ବଙ୍ଗୀୟା ଯୁବତୀଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା।

ଏହି ଯୁବତୀଙ୍କ ନାଆଁ ହେଲା ଅନ୍ତରା ବିଶ୍ୱାସ। ଏହି ଫିଲ୍ମରେ ଜଣେ ସାଧାରଣ ଯୁବତୀ ଭୂମିକାରେ ନଜର ଆସିଥିଲେ ଅନ୍ତରା। ହେଲେ ଅନ୍ତରା ପରେ ନିଜର ନାଆଁ ବଦଳାଇ ରଖିଥିଲେ ମୋନାଲିସା। ୨୦୦୪ରେ ରିଲିଜ୍‌ ହୋଇଥିବା ଏକ ସେକ୍ସ-କମେଡି ହିନ୍ଦୀ ଫିଲ୍ମରେ ନଜର ଆସିଥିଲେ ମୋନାଲିସା।

ଏହି ସିନେମାର ଟାଇଟଲ୍‌ ହେଲା ‘ତୋବା ତୋବା’। ଏଥିରେ  ହଟ୍‌ ସିନ୍‌ ଦେଇ ଚର୍ଚ୍ଚାକୁ ଆସିଥିଲେ ମୋନାଲିସା। ପରେ ସେ ପ୍ରାୟ ୧୨୫ଟି ଭୋଜପୁରୀ ସିନେମାରେ ନାୟିକା ଭାବେ କାମ କରିସାରିଲେଣି। ଏବେ ମୋନାଲିସାଙ୍କୁ ଷ୍ଟାରପ୍ଲସ୍‌ରେ ପ୍ରସାରିତ ମେଗା ସିରିଏଲ ‘ନଜର୍‌’ରେ ଦେଖିବାକୁ  ମିଳୁଛି। ସେ ଜଣେ ହଟ୍‌ ଆକ୍‌ଟ୍ରେସ ଭାବେ ମୁଖ୍ୟତଃ ପରିଚିତା।

ବିବିତା ବାଗ୍

ଜଣେ ମଡେଲ ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି ବିବିତା ବାଗ୍‌। ସେ କେତେକ ନାମୀଦାମୀ ପ୍ରଡକ୍ଟର ମଡେଲିଂ କରି ଚର୍ଚ୍ଚିତା ଅବଶ୍ୟ ହୋଇଛନ୍ତି ଖାଲି ସେତିକି ନୁହେଁ ବିବିତା ଏକ ହିନ୍ଦୀ ସିନେମାରେ ବୋଲ୍ଡ ଓ ହଟ୍‌ ସିନ୍ ନେଇ ବି ରାତାରାତି ଅପାର ଲୋକପ୍ରିୟତା ହାସଲ କରିଛନ୍ତି।

ହଁ ବିବିତା ବାଗ୍‌ ‘ବାବୁ ମୋସାୟ ବନ୍ଧୁକ୍‌ ବାଜ୍‌’ ସିନେମାରେ ଅଭିନେତା ନୱାଜୁଦ୍ଦିନ ସିନ୍ଦିକୀଙ୍କ ସହିତ କେତେକ ଅନ୍ତରଙ୍ଗ ଦୃଶ୍ୟ ଦେଇଥିଲେ। ଏହି ସିନ୍‌ ସବୁ ଦେଖିବା ପରେ ପ୍ରଥମେ ସେନସର ବୋର୍ଡ ୪୫ଟି କଟ୍ ନେଇଥିଲେ। ସେତେବେଳେ ସିବି ଏଫସିର ଅଧ୍ୟକ୍ଷ ଥିଲେ ପହଲାଜ୍ ନିହାଲିନୀ। ପରେ ଅବଶ୍ୟ ସେହିସବୁ ସିନ୍‌ରେ ୮ଟି କଟ୍ ଦିଆଯାଇ ପାସ୍‌ କରାଯାଇଥିଲା। ଏଇଥିରୁ ଅନୁମାନ କରି ହେବ କି ବିବିତା ବାଗ୍‌ କିଭଳି ବୋଲ୍ଡ ସିନ୍‌ ଦେଇଥିଲେ।

ତେବେ ସେ ଯା’ ହେଉନା କାହିଁକି ବଲିଉଡ ପରଦାରେ ନିଆଁ ଲଗେଇ ଦେଇଥିବା ଏହି ନାୟିକା ବିବିତା କିନ୍ତୁ ଓଲିଉଡ ଫିଲ୍ମରେ ନିହାତି ସରଳ, ସାଧାରଣ ଓ ଆଦିବାସୀ ଯୁବତୀ ଭୂମିକାରେ ଚମକପ୍ରଦ ଅଭିନୟ କରିଥିଲେ। ହଁ, ବିନିତା ୨୦୧୫ରେ ରିଲିଜ୍‌ ହୋଇଥିବା ଓଡ଼ିଆ ସିନେମା ‘ଭଉଁରୀ’ରେ ନାୟିକା ଭୂମିକାରେ ଦେଖା ଦେଇଥିଲେ। ଏହି ଫିଲ୍ମରେ ବିବିତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ଅରିନ୍ଦମ୍।

ଅତିଶ କୁମାର ରାଉତ ଥିଲେ ‘ଭଉଁରୀ’ର ପ୍ରଯୋଜକ ଏବଂ ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶକ। ଏହି ସିନେମା ବିବିତା ଓ ଅରିନ୍ଦମଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଓ ଗୀତ ରଚନା କରିଥିଲେ ନିମାଇଁ ମହାନ୍ତି। ଏହି ଫିଲ୍ମର ସଂଳାପ ଲେଖିଥିଲେ ଦିଲୀପ ଚୌଧୁରୀ। ବିଗ୍‌ ବଜେଟ୍‌ରେ ନିର୍ମିତ ‘ଭଉଁରୀ’ କିନ୍ତୁ ଆଶାନୁରୂପ ବ୍ୟବସାୟିକ ସଫଳତା ହାସଲ କରିନଥିଲା।

Comment