ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ ପାଳନ କରୁଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।

ଗାନ୍ଧି ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଗାନ୍ଧି ଜୟନ୍ତୀ ଉପଲକ୍ଷେ ଆଜି ରାଷ୍ଟ୍ରପତି ଭବନରେ ସ୍ୱଚ୍ଛତା ସର୍ବେକ୍ଷଣ ପୁରସ୍କାର ଦିଆଯିବ। ଏହାଛଡ଼ା ଆଜି ସନ୍ଧ୍ୟାରେ ଗାନ୍ଧି ସ୍ମୃତି ପୀଠଠାରେ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି।

୧୫ ଦିନ ତଳେ ବିଜେପି ପକ୍ଷରୁ ଆରମ୍ଭ କରାଯାଇଥିବା ‘ସ୍ୱଚ୍ଛତା ହିଁ ସେବା’ କ୍ୟାମ୍ପେନ ଆଜି ଶେଷ ହୋଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଟୁଇଟ କରି ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

“ଶାନ୍ତି, ବନ୍ଧୁତା ଏବଂ ସଦଭାବନା ବଜାୟ ରଖିବା ପାଇଁ ଗାନ୍ଧିଜୀ ସବୁବେଳେ ପ୍ରୟାସ କରି ଆସୁଥିଲେ। ସେ ତାଙ୍କ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ମହାତ୍ମା ଗାନ୍ଧି ଯେଉଁ ମାର୍ଗ ଦେଖାଇଛନ୍ତି ତାହା ପ୍ରତ୍ୟେକ ମଣିଷ ପାଇଁ ମୂଲ୍ୟବାନ”, କହିଛନ୍ତି ରାଷ୍ଟ୍ରପତି।

LEAVE A REPLY

Please enter your comment!
Please enter your name here