ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ୬ଟି ପ୍ରମୁଖ ସହରରେ ବ୍ୟାନ ହେବ ପଲିଥିନ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପୁରୀରେ ପଲିଥିନ ବ୍ୟାନ କରାଯାଇଛି। ୩ ମାସ ପରେ ଅନ୍ୟ ସହରମାନଙ୍କରେ ପଲିଥିନ ବ୍ୟାନ କରାଯିବ।

ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ନିର୍ଦ୍ଦେଶନାମା ଅନୁଯାୟୀ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବିକ୍ରି, ଉତ୍ପାଦନ, ଆମଦାନୀ କିମ୍ବା ସଂରକ୍ଷିତ ରଖିପାରିବେ ନାହିଁ। ଜିନିଷପତ୍ର ନେବା ଆଣିବା, ପରିବହନ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ହେବ ନାହିଁ।

୫୦୦ ମିଲିଲିଟରରୁ କମ୍ ପରିମାଣର ପାଣି ବୋତଲ, ଥର୍ମୋକୁଲ କିମ୍ବା ପ୍ଲାଷ୍ଟିକ ପ୍ରସ୍ତୁତ ଥାଳି, ଚାମଚ, କପ୍‌ ପ୍ଲେଟ, ଗ୍ଲାସ୍, ଷ୍ଟ୍ର, ପାଉଚ ଏବଂ ଅନ୍ୟ ତରଳ ପଦାର୍ଥ ରହୁଥିବା କଣ୍ଟେନର ମଧ୍ୟ ବ୍ୟବହାର କରାଯିବନି।

ଦ୍ରବ୍ୟ ସଂରକ୍ଷଣ, ପରିବହନ, ପ୍ୟାକେଜିଂ ପାଇଁ ବ୍ୟବହାର କରାଯାଉଥିବା ୫୦ ମାଇକ୍ରନଠାରୁ ଅଧିକ ମୋଟେଇ ପଲିଥିନ, ବିକ୍ରି ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଓ ପାନୀୟ ରହୁଥିବା ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ରହିବ ନାହିଁ।

ଆଇନ ଖିଲାପକାରୀଙ୍କୁ ୫ ବର୍ଷ ଜେଲ୍ ଏବଂ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି।

Comment