ଓଡ଼ିଶାଲାଇଭ୍ ବ୍ୟୁରୋ

ଆମ ଶରୀର ପାଇଁ ବ୍ରେକଫାଷ୍ଟ ନିହାତି ଦରକାର। କାରଣ ବ୍ରେକଫାଷ୍ଟ ଶରୀରକୁ ସତେଜ ରଖିଥାଏ।

ସୁସ୍ଥ ଜୀବନ ଯାପନ ପାଇଁ ଖାଦ୍ୟର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସକାଳ ଜଳଖିଆ ସବୁଦିନ ଖାଇବା ନିହାତି ଆବଶ୍ୟକ। ସକାଳ ଜଳଖିଆ ଆମ ଶରୀର ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବାରେ ଏବଂ ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରେ।

ସକାଳୁ ଉଠିବାର ଦୁଇଘଣ୍ଟା ଭିତରେ ଜଳଖିଆ ଖାଇନେବା ଉଚିତ। ଏହା ଶରୀରକୁ ଆବଶ୍ୟକ ପୋଷକ ଏବଂ ଶକ୍ତି ଯୋଗାଇଥାଏ। ପ୍ରତିଦିନ ବ୍ରେକଫାଷ୍ଟ କଲେ ଶରୀରକୁ କ୍ୟାଲସିୟମ, ଆଇରନ, ଭିଟାମିନ ବି ଭଳି ପୋଷକ ମିଳିଥାଏ। ଏହା ମୋଟାପଣ, ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ମଧୁମେହ ଭଳି ରୋଗଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।

ଗବେଷଣାରୁ ଜଣାପଡ଼ିଛି ସକାଳୁ ନିୟମିତ ଭୋଜନ ନକଲେ ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏପରିକି ଓଜନ ବୃଦ୍ଧି, ଗ୍ୟାସଜନିତ ସମସ୍ୟା, ମୁଣ୍ଡବିନ୍ଧା ଆଦି ଦେଖାଦିଏ।

ପ୍ରତିଦିନ ସତେଜ ଫଳ, ଜୁସ୍‌, ସବୁଜ ପନିପରିବା, ଅଣ୍ଡା, କ୍ଷୀର, ଦହି, ଦଲିଆ, ଗ୍ରୀନ ଟି, ବାଦାମ, ଗଜା ବୁଟ ଏବଂ ଗଜା ମୁଗ ଆଦି ପୃଷ୍ଟିକର ଖାଦ୍ୟ ବ୍ରେକଫାଷ୍ଟରେ ଖାଇବା ଉଚିତ। ବ୍ରେକଫାଷ୍ଟରୁ ଶରୀରକୁ ୧୫ରୁ ୨୫ ପ୍ରତିଶତ ଶକ୍ତି ମିଳିଥାଏ।

Comment