ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ କଳଙ୍କ। ଜଣକ ପରେ ଜଣେ ପ୍ରତିଷ୍ଠିତ କଳାକାରଙ୍କ ନାଁରେ ଅସୁଛି ଯୌନ ଶୋଷଣର ଅଭିଯୋଗ। ବଲିଉଡ ତାରକା ନାନା ପାଟେକରଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏବେ ଆଲୋକନାଥଙ୍କ ନାଁରେ ମଧ୍ୟ ଆସିଛି ସମାନ ଅଭିଯୋଗ।

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ପ୍ରଥମ ନାନା ପାଟେକରଙ୍କ ଯୌନ ଶେଷଣର ଅଭିଯୋଗ ଆଣିଥିଲେ। ତେବେ ତନୁଙ୍କର ଏହି ଆରୋପକୁ ଏପର୍ଯ୍ୟନ୍ତ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ଶେଷରେ ତନୁ କୋର୍ଟର ସାହାରା ନେଇଥିଲେ। ନାନାଙ୍କ ପରେ ସୁଫି ସିଙ୍ଗର କୈଳାଶ ଖେରଙ୍କ ବିରୋଧରେ ସମାନ ଅଭିଯୋଗ ଆସିଥିଲା। ନିର୍ଦ୍ଦେଶକ ବିକାଶ ବହଲଙ୍କ ବିରୋଧରେ ଅଭିନେତ୍ରୀ କଙ୍ଗନା ରନାୱତ୍ ସମାନ ଅଭିଯୋଗ ଆଣିଛନ୍ତି।

ଫିଲ୍ମ ସୁଟିଂ ଚାଲିଥିବା ବେଳେ ବିକାଶ ତାଙ୍କୁ ଖରାପ ବ୍ୟବହାର କରିଥିବା କଙ୍ଗନା ଅଭିଯୋଗରେ ଦର୍ଶାଇଛନ୍ତି। କଙ୍ଗନାଙ୍କ ପରେ ଟେଲିଭିଜନ୍ ଜଗତର ଜଣାଶୁଣା ନିର୍ଦ୍ଦେଶିକା ତଥା ଲେଖିକା ବିଣ୍ଟା ନନ୍ଦା ଯୌନ ଉତ୍ପୀଡ଼ନାର ଶିକାର ହୋଇଥିବାର ଅଭିଯୋଗ କରିଛନ୍ତି। ନନ୍ଦା ଏହି ଅଭିଯୋଗ ଅଭିନେତା ଆଲୋକ ନାଥଙ୍କ ବିରୋଧରେ ଆଣିଛନ୍ତି। ୧୯୯୪ରେ ବହୁ ଲୋକପ୍ରିୟ ସୋ ତାରାର ସୁଟିଂ ଚାଲିଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଥିବା ଫେସ୍‌ବୁକ୍‌ ପେଜରେ ପୋଷ୍ଟ କରିଛନ୍ତି।

Comment