ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏଥର ପୂଜା ବଜାରକୁ ଗରମ କରିବ ‘ଶ୍ରୀମାନ୍ ସୁରଦାସ’ ଓ ‘ପ୍ରେମ କୁମାର’।

ପୂଜାରେ ଆସୁଛି ଦୁଇଟି ଓଡ଼ିଆ ସିନେମା। ଗୋଟିଏ ହେଲା ‘ଶ୍ରୀମାନ୍ ସୁରଦାସ’ ଓ ଅନ୍ୟଟି ହେଲା ‘ପ୍ରେମ କୁମାର’। ଏହି ଦୁଇ ସିନେମାରେ ଦର୍ଶକ ଏଥର ପାଇବେ ଫ୍ରେସନେସ୍ ସାଙ୍ଗକୁ ନାୟକ-ନାୟିକାଙ୍କ ଯୋଡ଼ିର ବୋଲ୍ଡନେସ୍।

ଏଥର ପୂଜା ବଜାରର ସିନେମା ‘ଶ୍ରୀମାନ୍ ସୁରଦାସ’ରେ ବାବୁସାନ୍ ଓ ଭୂମିକାଙ୍କ ବୋଲ୍ଡ ଆଣ୍ଡ ହଟ୍ ଅବତାର ଦେଖି ଦର୍ଶକଙ୍କ ଦେହରେ ନିଆଁ ଲାଗିଯିବ। ଭୂମିକା ଜଣେ  ଟିନଏଜର ହିରୋଇନ୍। ‘ଶ୍ରୀମାନ୍ ସୁରଦାସ’ ହେଉଛି  ଭୂମିକାଙ୍କର ଓଡ଼ିଆ ସିନେମା। ଭୂମିକା ନାୟିକା ଭାବେ ପ୍ରଥମ ଥର ପାଇଁ ନଜର ଆସିଥିଲେ ତରଙ୍ଗ ସିନେ ପ୍ରଡକ୍ସନର ମୁଭି ‘ତୁ ମୋ ଲଭ୍ ଷ୍ଟୋରି’ରେ। ଏଥିରେ ଜଣେ ଟିନଏଜର ଝିଅ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ନାୟକ ଥିଲେ ନବାଗତ ସ୍ଵରାଜ।

‘ତୁ ମୋ ଲଭ୍ ଷ୍ଟୋରି’ରେ ସ୍ଵରାଜ ଓ ଭୂମିକାଙ୍କ ଯୋଡ଼ିରେ ଫ୍ରେସନେସ୍ ପାଇଥିଲେ ଦର୍ଶକ। ହେଲେ ଏ ଦୁହିଁଙ୍କ ରୋମାନ୍ସରେ ଯଥେଷ୍ଟ ଶାଳୀନତା ଥିଲା।

ଭୂମିକା, ବାବୁସାନଙ୍କ ବିପକ୍ଷରେ ‘ହିରୋ ନମ୍ବର ୱାନ’ ରେ ନାୟିକା ବନିଥିଲେ। ଏଥିରେ ବି ବାବୁସାନ୍ – ଭୂମିକା ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଏପରିକି ଏହି ସିନେମାରେ ବାବୁସାନ୍-ଭୂମିକାଙ୍କର ରୋମାଣ୍ଟିକ ଗୀତ  ସାଙ୍ଗକୁ ଫୁଟଟ୍ୟାପିଂ ଡିଜେବାଲା ସଙ୍ଗ ବି ପସନ୍ଦ ଆସିଥିଲା ଦର୍ଶକଙ୍କୁ। ଏଥିରେ ବି ବାବୁସାନ୍ ଓ ଭୂମିକା ସୋବର ଜଣାପଡ଼ୁଥିଲେ।

କିନ୍ତୁ ଏଥର ଦଶହରା ଅବସରରେ ରିଲିଜ୍ ହେଉଥିବା ଓଡ଼ିଆ ସିନେମା ‘ଶ୍ରୀମାନ ସୁରଦାସ’ରେ ବାବୁସାନ୍ ଓ ଭୂମିକାଙ୍କ କେମେଷ୍ଟ୍ରି ଅଧିକ ବୋଲ୍ଡ ଜଣାପଡ଼ୁଛି। ଏହି ଯୋଡ଼ି ପରଦାରେ ନିଆଁ ଲଗାଇଦେବ ବୋଲି କୁହାଯାଉଛି। ଏହି ଫିଲ୍ମରେ ବାବୁସାନ୍ ଓ ଭୂମିକାଙ୍କ ବୋଲ୍ଡ ଆଣ୍ଡ ହଟ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫିଲ୍ମର  ଗୋଟିଏ ଗୀତ  ଦୃଶ୍ୟରେ ବାବୁସାନ୍ ଓ ଭୂମିକାଙ୍କ  ହଟ୍ ଅବତାର ରହିଛି। ଏଭଳି କଷ୍ଟ୍ୟୁମ୍ସରେ ଦର୍ଶକଙ୍କ ସାମ୍ନାକୁ ଆଗରୁ  କେବେ ବି ଆସି ନାହାନ୍ତି ଭୂମିକା।

‘ଶ୍ରୀମାନ୍ ସୁରଦାସ’ର ଗୀତରେ ବାବୁସାନ୍ ଓ ଭୂମିକାଙ୍କୁ ସୁଇମିଂ ପୁଲ୍‌ରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ତା’ଛଡା ଟିକେ ଅଧିକ ହଟ୍‌ନେସ ବି ରହିଛି ଏହି ଗୀତର ଦୃଶ୍ୟରେ। ଦେଖାଯାଉ ବାବୁସାନ୍-ଭୂମିକାଙ୍କ ଏହି ହଟନେସ୍ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି।

‘ପ୍ରେମ କୁମାର’ ଫିଲ୍ମରେ  ପ୍ରଥମ ଥର ପାଇଁ ଦର୍ଶକ ଦୁଇଟି ନୂଆ ଯୋଡ଼ିକୁ ଭେଟିବେ। ଏଥିମଧ୍ୟରୁ ଗୋଟିଏ ହେଲା ଅନୁଭବ-ତମନ୍ନା ଓ ଅନ୍ୟଟି ଅନୁଭବ-ଶିବାନୀ।

ଏହି ସିନେମାରେ ମଧ୍ୟ ଅନୁଭବ-ତମନ୍ନାଙ୍କର ବୋଲ୍ଡନେସର ଝଲକ ଦେଖିବାକୁ ପାଇବେ। ତମନ୍ନା ଆଗରୁ ନିଝୁମ ରାତିର ସାଥୀରେ ଜ୍ୟୋତି ରଞ୍ଜନ ନାୟକ, ‘ଏକ୍ସ କ୍ୟୁଜ୍ ମି କ’ଣ କଲା ସେ’ରେ ବାଳକୃଷ୍ଣ ଏବଂ ‘ବ୍ଲାକମେଲ’ରେ ଅର୍ଦ୍ଧେନ୍ଦୁଙ୍କ ସହ ରୋମାନ୍ସ କରିଛନ୍ତି। ହେଲେ ପରଦା ଉପରେ ଏମାନଙ୍କ ସହିତ ସୋବର ରୋମାନ୍ସ କରିଛନ୍ତି ତମନ୍ନା।

‘ପ୍ରେମ କୁମାର’ରେ ତମନ୍ନାଙ୍କୁ ମଡର୍ଣ୍ଣ ଆଉଟଲେଟରେ ଦେଖିବାକୁ ପାଇବେ। ଖାଲି ସେତିକି ନୁହେଁ ଲୋକପ୍ରିୟ ନାୟକ ଅନୁଭବଙ୍କ ସହିତ ତମନ୍ନାଙ୍କର ବୋଲଡ ଓ ହଟ୍  କେମେଷ୍ଟ୍ରି ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

ଏ ଦୃଷ୍ଟିରୁ ଏଥର ପୂଜା ବଜାରରେ ଅନୁଭବ-ତମନ୍ନାଙ୍କ ଯୋଡି ବି ପରଦାରେ ନିଆଁ ଲଗାଇଦେବେ ବୋଲି କୁହାଯାଉଛି।

Comment