ଓଡ଼ିଶାଲାଇଭ୍ ବ୍ୟୁରୋ
ତିତ୍ଲି ପାଇଁ କଲେଜ ନିର୍ବାଚନ ବାତିଲ କଲେ ରାଜ୍ୟ ସରକାର।
ଛାତ୍ର ସଂସଦ ନିର୍ବାଚନକୁ ଉଡ଼ାଇ ନେଲା ବାତ୍ୟା ‘ତିତ୍ଲି’। ଗତ ମାସେ ହେଲା କଲେଜ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେଉଁ ଉତ୍ସାହ ଲାଗି ରହିଥିଲା ତାକୁ ଫିକା ପକାଇ ଦେଇଛି ତିତ୍ଲି। ତିତ୍ଲି ପାଇଁ ସରକାର ନିର୍ବାଚନ ବାତିଲ କରିଛନ୍ତି। ପ୍ରବଳ ପବନ ଏବଂ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
୧୧ ତାରିଖରେ ହୋଇଥାନ୍ତା ଛାତ୍ର ସଂସଦ ନିର୍ବାଚନ। ଆଜି ଥିଲା ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଙ୍ଗ। ହେଲେ ସବୁ ବିଗାଡ଼ି ଦେଲା ତିତ୍ଲି। ୧୦ ଏବଂ ୧୧ ତାରିଖରେ ପ୍ରବଳ ବର୍ଷା ଏବଂ ପବନ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିବା ପରେ ସରକାର କଲେଜ ନିର୍ବାଚନ ବାତିଲ ଘୋଷଣା କରିଛନ୍ତି।
ବାତ୍ୟା ‘ତିତ୍ଲି’କୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଯେଉଁଥିରେ ରାଜ୍ୟ ସରକାର ‘ତିତ୍ଲି’ ପାଇଁ ୧୧ ତାରିଖରେ ହେବାକୁ ଯାଉଥିବା କଲେଜ ନିର୍ବାଚନକୁ ବାତିଲ କରିଛନ୍ତି।
‘ତିତ୍ଲି’ ପାଇଁ ରାଜ୍ୟ ସରକାର ସମସ୍ତ ସ୍କୁଲ୍, କଲେଜକୁ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି। ମୁଖ୍ୟ ସାଶନ ସଚ୍ଚିବ ଆଦିତ୍ୟ ପ୍ରସାଦ ପାଢୀ ଏନେଇ ସୂଚନା ଦେଇଛନ୍ତି। କଲେଜ ନିର୍ବାଚନ ପାଇଁ କ୍ୟାମ୍ପସ ଗରମ୍ ରହିଥିଲା। ପ୍ରାର୍ଥୀ ଏବଂ ସମର୍ଥକମାନେ ଜୋରଦାର କ୍ୟାମ୍ପେନ କରିଥିଲେ।
ବେଳକୁ ବେଳ ସିଭି୍ୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଉଛି ‘ତିତ୍ଲି’। ଆସନ୍ତା କାଲି ସ୍ଥଳଭାଗ ଅତିକ୍ରମ କରିବ ‘ତିତ୍ଲି’। ସ୍ଥଳଭାଗ ଛୁଇଁବାପରେ ୧୫୦ ରୁ ୧୬୦ ବେଗରେ ପବନ ବହିବ ବୋଲି ପାଣିପାଗ ପକ୍ଷରୁ ସୁଚନା ମିଳିଛି।








ତିତ୍ଲି ପାଇଁ କଲେଜ ନିର୍ବାଚନ ବାତିଲ କଲେ ରାଜ୍ୟ ସରକାର।








