ଓଡ଼ିଶାଲାଇଭ୍ ବ୍ୟୁରୋ

କଦଳୀ ସେକ୍ ଶରୀର ପାଇଁ ଯେତିକି ହିତ ହୋଇଥାଏ, ପାଟିକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ଲାଗିଥାଏ।

ଆବଶ୍ୟକୀୟ ସାମଗ୍ରୀ – ୬ଟି କଦଳୀ, ୫୦୦ଗ୍ରାମ୍‌ କଞ୍ଚାକ୍ଷୀର, ୩ଚାମଚ ଚିନି, ଆଇସ୍‌କ୍ରିମ୍‌, ଚକ୍‌ଲେଟ୍‌ ସେରମ୍‌, କିଛି ବରଫ ଖଣ୍ଡ ଓ କାଜୁ ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମିକ୍ସର ଜାର୍‌ରେ ୫୦୦ଗ୍ରାମ୍‌ ଥଣ୍ଡାକ୍ଷୀର, କଦଳୀ ଓ ବରଫ ଖଣ୍ଡକୁ ନେଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ସେଥିରେ କାଜୁ ଓ ୩ଚାମଚ ଚିନିକୁ ମିଶାନ୍ତୁ। ଏହାକୁ ପାଖାପାଖି ୧ରୁ ୨ମିନିଟ୍‌ ପର୍ଯ୍ୟନ୍ତ ଗ୍ରାଇଣ୍ଡିଂ କରନ୍ତୁ।

ଏବେ ଏହାକୁ ଗୋଟିଏ କାଚ ଗ୍ଲାସ୍‌ରେ ଢ଼ାଳି ଉପରେ ଆଇସ୍କ୍ରିମ୍‌ ରଖି ଚକଲେଟ୍‌ ସେରମ୍‌ରେ ସଜାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର କୁଲ୍ କୁଲ୍ କଦଳୀ ସେକ୍‌।

Comment