ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଭିୟର ସାଇକ୍ଲୋନ ଷ୍ଟର୍ମ ତିତ୍‌ଲି ମାଡ଼ି ଆସୁଛି। ସକାଳ ୪ଟାରୁ ୮ଟା ଭିତରେ ଏହା ଗୋପାଳପୁର ପାଖରେ ହିଟ୍ କରିବ। ଲୋକେ ଭୟଭୀତ ଏବଂ ପ୍ରଶାସନ ସଜାଗ।

  • ଗୋପାଳପୁରଠାରୁ ୧୫୦ କିଲୋମିଟର ଦୂରରେ ତିତ୍‌ଲି
  • ସିଭିୟର ସାଇକ୍ଲୋନ ଷ୍ଟର୍ମ ରୂପରେ ମାଡ଼ି ଆସୁଛି ବାତ୍ୟା
  • ସକାଳ ୪ଟାରୁ ୮ ଭିତରେ ଗୋପାଳପୁରରେ ଛୁଇଁବ ସ୍ଥଳଭାଗ
  • ଗୋପାଳପୁରରେ ୧୦୦ କିଲୋମିଟରରୁ ଅଧିକ ବେଗରେ ବହୁଛି ପବନ
  • ପାରାଦୀପ ଓ ପୁରୀରେ ସ୍ଥିତି ସଙ୍ଗୀନ, ପବନର ବେଗ ଅଧିକ ହେଲା
  • ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୧୦ ନମ୍ବର ଗ୍ରେଟ୍ ଡେଞ୍ଜର ସିଗନାଲ
  • ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ରହିବ ୧୬୫ କିଲୋମିଟର
  • ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ସମୁଦ୍ରକୂଳିଆ ଲୋକଙ୍କୁ କରାଗଲା ସ୍ଥାନାନ୍ତର
  • ଜଗତସିଂହପୁରରେ ୬, ୮୧୦ ଏବଂ କେନ୍ଦ୍ରାପଡ଼ାରେ ୨୩୧୪ ଲୋକଙ୍କୁ ସ୍ଥାନାନ୍ତର
  • ଗଞ୍ଜାମରେ ୭୫୩ ଲୋକଙ୍କୁ ସ୍ଥାନାନ୍ତର
  • ଆଭ୍ୟନ୍ତରୀଣ ଓଡ଼ିଶାରେ କାଲିଠୁ ପ୍ରବଳ ବର୍ଷା ଓ ପବନ
  • ଆଭ୍ୟନ୍ତରୀଣ ଓଡ଼ିଶାରେ ୬୦ରୁ ୮୦ କିଲୋମିଟର ବେଗରେ ବହିବ ପବନ
  • ଟ୍ରେନ୍ ଓ ଇଣ୍ଡିଗୋ ବିମାନସେବା ବାତିଲ
  • ୧୧ ଓ ୧୨ ତାରିଖରେ ହେବାକୁ ଥିବା ରେଳବାଇ ଗ୍ରୁପ୍ ଡି ପରୀକ୍ଷା ବାତିଲ
  • ଏନଡିଆର୍‌ଏଫ୍, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀକୁ ସଜାଗ
  •  ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଜିଲ୍ଲା ଉପରେ ବିଶେଷ ନଜର
  • ଗୁରୁବାର ସନ୍ଧ୍ୟା ସୁଦ୍ଧା ଲାଗି ରହିବ ପବନ
  • ୧୩ ତାରିଖ ଯାଏଁ ରହିବ ତିତ୍‌ଲି ପ୍ରଭାବ

Comment