ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସହକର୍ମୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ଯୌନ ଉତ୍ପୀଡ଼ନାର ଶିକାର ହେଲେ ନିର୍ଦ୍ଦେଶକ ଶ୍ୟାମ।

ଏପର୍ଯ୍ୟନ୍ତ ୫୬ଟି ଫିଲ୍ମରେ ସହ-ନିର୍ଦ୍ଦେଶକ ରହିସାରିଥିବା ନମିତା ପ୍ରକାଶ ‘ମି ଠୁ’ ଆନ୍ଦୋଳନ ଜରିଆରେ ଯୌନ ଶିକାରର ଅଭିଯୋଗ ଆଣିଛନ୍ତି। ନମିତା ଏହି ଅଭିଯୋଗ ଅଭିନେତା ଭିକି କୌଶଲଙ୍କ ପିତା ତଥା ନିର୍ଦ୍ଦେଶକ ଶ୍ୟାମ କୌଶଲଙ୍କ ନାମରେ ଆଣିଛନ୍ତି।

ଆଉଟଡୋର ସୁଟ୍(୨୦୦୬) ସମୟରେ ଶ୍ୟାମ କୌଶଲ ତାଙ୍କ ଉପରେ ଯୌନ ଦୁର୍ବ୍ୟବହାର ଦେଖାଇଥିଲେ। ନମିତାଙ୍କୁ ଶ୍ୟାମ ତାଙ୍କ ସହିତ ଡ୍ରିଙ୍କ୍ କରିବାର ପ୍ରସ୍ତାବ ଦେଇଥିଲେ।

କିନ୍ତୁ ଯେତେବେଳେ ନମିତା ମନା କରିଦେଲେ ସେତେବେଳେ ଶ୍ୟାମ ନିଜ ଫୋନ ବାହାର କରି ତାଙ୍କୁ ଜବରଦସ୍ତ ଅଶ୍ଳୀଳ ଭିଡିଓ ଦେଖାଇବା ଆରମ୍ଭ କରିଦେଇଥିଲେ।

Comment