ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିଜର ଦମ୍‌ଦାର ଅଭିନୟ ପାଇଁ ବେଶ୍ ଚର୍ଚ୍ଚିତ ହୋଇଛନ୍ତି ଅନେକ ବଲିଉଡ କଳାକାର। ହେଲେ ସେମାନେ ଅପରାଧିକ ମାମଲା ପାଇଁ ବି ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ…

ସଲମାନ୍ ଖାନ୍

ବଲିଉଡରେ ଦବଙ୍ଗ ଖାନ୍ ଭାବେ ପରିଚିତ ସଲମାନ୍‌ ଖାନ୍‌ ୨୦୦୨ରେ ପୁଟପାଥ ଉପରେ ଶୋଇଥିବା ଲୋକଙ୍କ ଉପରେ ନିଜର କାର୍‌ ଚଳାଇଥିବାର ଅଭିଯୋଗ ହୋଇଥିଲା। ଠିକ୍ ସେହିପରି କୃଷ୍ଣ ସାରମୃଗ ଶିକାର ମାମଲାରେ ମଧ୍ୟ ସଲମାନ୍ ଖାନ୍ ଜେଲ୍‌ ଯାଇଥିଲେ। ସେ ଜାମିନ୍‌ ପାଇଛନ୍ତି।

ଗୋବିନ୍ଦା

ବଲିଉଡର କମେଡି ଷ୍ଟାର ଗୋବିନ୍ଦା ନିଜର ଅଭିନୟ ଜରିଆରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଦିଅନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା କି ସେ ଜଣେ ସିନେମା ହଲ ମାଲିକଙ୍କୁ ଚାପୁଡ଼ା ମାରିଥିଲେ।

ଶାହରୁଖ ଖାନ୍

ବଲିଉଡର କିଙ୍ଗ୍ ଖାନ୍‌ ଶାହରୁଖ୍ ଖାନ୍‌ ଫିଲ୍ମ ‘ରଇସ୍’ର ସୁଟିଂ ସମୟରେ କୋଟା ରେଳଷ୍ଟେସନର କେତେକ କ୍ଷୟକ୍ଷତି ଘଟାଇଥିଲେ। ଏଥିପାଇଁ ତାଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିଥିଲା।

ସୈଫ୍ ଅଲ୍ଲୀ ଖାନ୍

କୃଷ୍ଣସାର ମୃଗ ଶିକାର ମାମଲାରେ ଫସିଥିଲେ ସୈଫ୍ ଅଲ୍ଲୀ ଖାନ୍‌। ଅବଶ୍ୟ ନ୍ୟାୟାଳୟ ତାଙ୍କୁ ଦୋଷମୁକ୍ତ ଘୋଷିତ କରିଛନ୍ତି।

ସଞ୍ଜୟ ଦତ୍ତ

୧୯୯୩ ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇରେ ଘଟିଥିବା ସିରିଜ୍‌ ବୋମା ବିସ୍ଫୋରଣ ମାମଲାରେ ଛନ୍ଦି ହୋଇ ସଞ୍ଜୟ ଦତ୍ତ ଜେଲ୍ ଯାଇଥିଲେ। ସଞ୍ଜୟ ଦତ୍ତଙ୍କୁ ଗ୍ୟାଙ୍ଗଷ୍ଟାର ଅବୁ ସଲେମ୍‌ ଓ ରିଲାଜ୍‌ ସିଦ୍ଦିକୀଙ୍କଠାରୁ ଅବୈଧ ବନ୍ଧୁକ ଡେଲିଭରି ଦେବା, ତାକୁ ରଖିବା ଓ ନଷ୍ଟ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେ ଜେଲଦଣ୍ଡ ଭୋଗି ଅବଶ୍ୟ ଫେରିଛନ୍ତି ବଲିଉଡରେ ସକ୍ରିୟ ଅଛନ୍ତି।

ଜିତେନ୍ଦ୍ର

ବଲିଉଡର ଏଭରଗ୍ରିନ୍‌ ଷ୍ଟାର ଜିତେନ୍ଦ୍ର ଷାଠିଏରୁ ଅଶି ଦଶକ ଯାଏଁ ରାଜ୍ କରୁଥିଲେ। ସମ୍ପତ୍ତି ବିବାଦକୁ ନେଇ ସେ ବିବାଦରେ ଫସିଥିଲେ ଓ ଜେଲ୍ ବି ଯାଇଥିଲେ।

ଜନ୍ ଆବ୍ରାହମ୍‌

୨୦୦୬ ଏପ୍ରିଲ୍‌ରେ ଅଭିନେତା ଜନ୍ ଆବ୍ରାହମ୍ ନିଜର ସୁଜୁକି ହାୟାବୁସା ମୋଟରସାଇକେଲ୍‌ରେ ବସି ଅନ୍ୟ ମଟର ସାଇକେଲ୍‌ରେ ଯାଉଥିବା ଲୋକଙ୍କୁ ଟକ୍କର ଦେଇଥିଲେ। ଏଥିଲାଗି ଦୁଇ ଜଣ ଭୀଷଣ ଭାବେ ଆହତ ହୋଇଥିଲେ। ଏଥିପାଇଁ ଜନ୍‌ଙ୍କୁ ୧୫ ଦିନର କାରାଦଣ୍ଡାଦେଶ ଦେଇଥିଲେ ନ୍ୟାୟାଳୟ। କିନ୍ତୁ ପରେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ଜନ୍‌ଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ।

ସାଇନି ଆହୁଜା

ଅଭିନେତା ସାଇନି ଆହୁଜା ୨୦୦୬ରେ ୨୦ ବର୍ଷୀୟା ଚାକରାଣୀ ସହିତ ଦୁଷ୍କର୍ମ କରିଥିଲେ। ସେ ଏହି ଅପରାଧକୁ ସ୍ୱୀକାର ମଧ୍ୟ କରିଥିଲେ। ତା’ପରେ ସାଇନଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା।

ନୱାଜୁଦ୍ଦିନ ସିନ୍ଦିକୀ

ଏହି ପ୍ରତିଭାବାନ ଅଭିନେତା ନିଜର ପତ୍ନୀଙ୍କ ଗୁପ୍ତଚର ଗିରି କରି ବିବାଦୀୟ ହେବାହ ସହ ଅପରାଧିକ ମାମଲାର ସମ୍ମୁଖୀନ ହୋଇଥିଲେ।

ଫରଦୀନ୍‌ ଖାନ୍

୨୦୦୧ରେ କୋକିନ୍ କିଣିବା ଅଭିଯୋଗରେ ଫରଦୀନ୍ ଖାନ୍‌ ଗିରଫ ହୋଇଥିଲେ। ତେବେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିନଥିଲା।

ରାଜପାଲ ଯାଦବ

ଜଣାଶୁଣା ହାସ୍ୟାଭିନେତା ରାଜପାଲ ଯାଦବ ଓ ତାଙ୍କ ପତ୍ନୀଙ୍କୁ ୧୦ଦିନ ଯାଏଁ କଷ୍ଟଡିରେ ରଖାଯାଇଥିଲା। ଉଭୟଙ୍କ ବିରୋଧରେ ୫ କୋଟିର ଋଣ ଥିବା ନେଇ ମାମଲା ରୁଜୁ ହୋଇଥିଲା।

Comment